Monday, April 13, 2026
36.6 C
Odisha

    ଭାରତକୁ ୨୮ଦ୍ୱୀପପୁଞ୍ଜ ହସ୍ତାନ୍ତର କରିବ ମାଳଦ୍ୱୀପ, ଚୀନ୍‌କୁ ବଡ଼ ଝଟ୍‌କା

    ଆଗକୁ ପଢନ୍ତୁ

    ମାଲେ: ମାଳଦ୍ୱୀପ ନିଜର ୨୮ଟି ଦ୍ୱୀପପୁଞ୍ଜର ପରିଚାଳନା ଭାରତକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ୨୮ ଦ୍ୱୀପପୁଞ୍ଜରେ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ପ୍ରକଳ୍ପର କାର୍ଯ୍ୟ ତଥା ପରିଚାଳନା କରିବା ଭାରତ ସରକାରଙ୍କ ଦାୟିତ୍ବ ହେବ। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏହା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଏନେଇ ଏକ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ମାଳଦ୍ୱୀପର ୨୮ ଦ୍ୱୀପପୁଞ୍ଜରେ ଜଳ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ପ୍ରକଳ୍ପକୁ ସରକାରୀ ହସ୍ତାନ୍ତର ଅବସରରେ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ। ମାଳଦ୍ୱୀପକୁ ସର୍ବଦା ସାହାଯ୍ୟ କରିଥିବାରୁ ମୁଁ ଭାରତ ସରକାର ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି।

    ମାଲଦ୍ୱୀପରେ ପ୍ରାୟ ୧୧୯୦ ଦ୍ୱୀପ ଅଛି। ସେଥିମଧ୍ୟରୁ କେବଳ ୨୦୦ ଦ୍ୱୀପପୁଞ୍ଜରେ ‌ଲୋକେ ବାସ କରନ୍ତି । ୧୫୦ ଟି ଦ୍ୱୀପ ଅଛି ଯାହା ପର୍ଯ୍ୟଟନ ପାଇଁ ବିକଶିତ ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହେବାକୁ ଯାଉଛି ଯେ ୨୦୦ ରୁ ୨୮ ଟି ଦ୍ୱୀପପୁଞ୍ଜର ପରିଚାଳନା ଭାରତ ହାତକୁ ଆସିବ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଏବଂ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ନୂତନ ଚୁକ୍ତିନାମା ଯୋଗୁ ଭାରତର ବିରୋଧୀ ଚୀନ୍‌କୁ ବଡ଼ ଝଟ୍‌କା ଲାଗିଛି। ଚୀନ୍‌ର ଚିନ୍ତା ବଢ଼ିବାରେ ଲାଗିଛି। ବାଂଲାଦେଶରେ ଭାରତ ସମର୍ଥିତ ସରକାରକୁ ହଟାଇ ଦିଆଯିବା ପରେ ମାଳଦ୍ବୀପର ଏଭଳି ନିଷ୍ପତ୍ତି ଭାରତର କୂଟନୀତି ପାଇଁ ଏକ ବଡ଼ ପଦକ୍ଷେପ ବୋଲି ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଚୀନ୍ ଭାରତ-ମାଳଦ୍ୱୀପ ବନ୍ଧୁତା ପ୍ରତି ତୀକ୍ଷଣ ନଜର ରଖିଛି। ଭାରତ ମହାସାଗରରେ ମାଳଦ୍ୱୀପ ଭାରତର ଏକ ପ୍ରମୁଖ ଅଂଶୀଦାର । ଏହା ଭାରତର ପଡୋଶୀ ପ୍ରଥମ ନୀତିର କେନ୍ଦ୍ରରେ ଅଛି । ମାଳଦ୍ୱୀପ ହେଉଛି ଭାରତର ସବୁଠୁ ବଡ ବାଣିଜ୍ୟ ଭାଗିଦାରୀ। ମାଳଦ୍ୱୀପରେ ପର୍ଯ୍ୟଟନ କେବଳ ଭାରତର ସହଯୋଗରେ ଚାଲିଥାଏ। ଚୀନ୍ ବିଶେଷଜ୍ଞମାନେ କହିଛନ୍ତି ଯେ ମାଳଦ୍ୱୀପ ସହ ଚୀନ୍ ବିଶେଷ ସମ୍ପର୍କ କିମ୍ବା ସହଯୋଗ ଚାହୁଁ ନାହିଁ। ଚୀନ୍ ଏହି ଅଞ୍ଚଳର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁଛି। ତେବେ ଚୀନ୍ ସରକାର ଏସ୍ ଜୟଶଙ୍କରଙ୍କ ଗସ୍ତ ଉପରେ ନଜର ରଖିଛନ୍ତି।

    ତେବେ କୂଟନୈତିକ ବିଶେଷଜ୍ଞଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଚୀନ୍‌କୁ ଭାରତ ଅପେକ୍ଷା ପ୍ରାଧାନ୍ୟ ଦେଇଥିବା ମୁଇଜ୍ଜୁ କାହିଁକି ପୁନର୍ବାର ଭାରତ ଆଡକୁ ମୁହାଁଇଛନ୍ତି। ବାସ୍ତବରେ, ରାଷ୍ଟ୍ରପତି ମୁଇଜ୍ଜୁ ଚୀନ୍ ଠାରୁ ଯେତିକି ଆଶା କରିଥିଲେ ସେତିକି ସାହାଯ୍ୟ ପାଇନାହାନ୍ତି, ତେଣୁ ସେ ପୁଣି ଭାରତ ଆଡକୁ ମୁହାଁଇଛନ୍ତି।

    ଯେତେବେଳେ ମୁଇଜ୍ଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ଭାରତ ବିରୋଧୀ ଦେଶ ତୁର୍କୀ ଏବଂ ଚୀନ୍ ଗସ୍ତରେ ଯାଇଥିଲେ। ଚୀନ୍ ଗସ୍ତ ସମୟରେ ମୁଇଜ୍ଜୁ ତାଙ୍କର ୩୬ଟି ଦ୍ୱୀପକୁ ଚୀନ୍‌କୁ ହସ୍ତାନ୍ତର କରିବାକୁ ଘୋଷଣା କରିଥିଲେ। ଏହା ପରେ ଚୀନ୍୧୨୦୦କୋଟି ଟଙ୍କା ବିନିଯୋଗ ବିଷୟରେ କହିଥିଲା। ଯେତେବେଳେ ଚୀନ୍ ଏବଂ ମାଳଦ୍ୱୀପ ମଧ୍ୟରେ ଏହି ଚୁକ୍ତି ହୋଇଥିଲା, ସେତେବେଳେ ଭାରତର ଚିନ୍ତା ବଢ଼ିବା ଆରମ୍ଭ କରିଥିଲା।

    ଏହା ଭାରତ ପାଇଁ ଏକ ବିଜୟ ଯେ ଚୀନ୍ ୧୨୦୦ କୋଟି ଟଙ୍କାରେ ୩୬ ଟି ଦ୍ୱୀପ ପାଇଥିଲା। ଏପରିସ୍ଥଳେ ଭାରତ ୯୨୩ କୋଟି ଟଙ୍କାରେ ୨୮ଟି ଦ୍ୱୀପପୁଞ୍ଜ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ