Friday, October 9, 2026
22 C
Odisha

    ଡେଙ୍ଗୁ ପ୍ରଭାବିତ ଜିଲ୍ଲାରେ ଔଷଧ, ମଶାରୀ ମହଜୁଦ ରଖିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ମେଲେରିଆ, ଡେଙ୍ଗୁ, ଡ଼ାଇରିଆ ରୋଗର ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି। ୧୫ଟି ଜିଲ୍ଲାର ୧୦ଟି ମେଡିକାଲ କଲେଜର ଅଧକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନସି ମାଧ୍ୟ୍ୟମରେ ଏହି ଆଲୋଚନାରେ ସବୁ ଜିଲ୍ଲା ଗୁଡିକରେ ବର୍ତ୍ତମାନ ସ୍ଥିତି କେଉଁଭଳି ରହିଛି, କେଉଁଭଳି ସ୍ଥିତିରେ ସୁଧାର ଆସିବ ସେ ନେଇ ଆଲୋଚନା ହୋଇଛି। ଯେଉଁ ଜିଲ୍ଲାଗୁଡିକରେ ମେଲେରିଆ, ଡେଙ୍ଗୁ ଅଧିକ ବ୍ୟାପୁଛି ସେହି ଜିଲ୍ଲାଗୁଡିକରେ ପର୍ଯପ୍ତ ପରିମାଣରେ ମେଡ଼ିସିନ ଏବଂ ମଶାରୀ ରଖିବାକୁ ନିର୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଡେଙ୍ଗୁର ଆସୋଲେସନ ୱର୍ଡକୁ ସଠିକ ରଖିବା ସହ ସଚେତନତାକୁ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    90 %
    1.3kmh
    2 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ