Wednesday, March 25, 2026
37 C
Odisha

    ତାନ୍ତ୍ରିକ ନିଖୋଜ: ମହିଳା ଅଟକ, ପୁଲିସର ଛାନ୍‌ଭିନ୍‌ ଜାରି

    ଆଗକୁ ପଢନ୍ତୁ

    ପୁରୀ: ହନୁମାନ ପଇସା କାରବାରରୁ ଅପହରଣ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ତାନ୍ତ୍ରିକ ଗଦାଧର ନିଖୋଜକୁ ୨୪ ଘଣ୍ଟା ପୂରିଲା। ନିଖୋଜ ଗଦାଧର ନିଶଙ୍କ ପତ୍ତା ମିଳୁନଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଗଦାଧର ଜଣେ ତାନ୍ତ୍ରିକ ହୋଇଥିବାରୁ ନିଖୋଜ ପଛରେ ହନୁମାନ ପଇସା ନଚେତ ଟଙ୍କା କାରବାର ପ୍ରମୁଖ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଶିଳ୍ପାଞ୍ଚଳ ପୁଲିସ ବାଇକ, ହେଲ୍ମେଟ, ମନିପର୍ସ, ମୋବାଇଲ ଖୋଳ, ହଳେ ଚପଲ ଜବତ କରିଛି।
    ଗୁରୁଜଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୁଲିସ। ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଜରିଆରେ ତଦନ୍ତ ଚାଲିଛି। ବାସ୍ତବରେ ଗଦାଧର ନିଖୋଜ ନା’ ତାଙ୍କୁ ଅପହରଣ କରାଯାଇଛି ତାହାର କୌଣସି ସୁରାକ ପୁଲିସ ପାଇନି। ରବିବାର ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳ ଅନ୍ତର୍ଗତ, ପରିତ୍ୟକ୍ତ ଗାଡ଼ିଆ ନିକଟରେ ବାଇକ୍ ପଡ଼ିଥିବା ନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ନମ୍ବର ଯାଞ୍ଚରୁ ବାଇକ୍ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଘୋରଡ଼ିଆ ପଞ୍ଚାୟତ କୁଆପଦା ଗ୍ରାମର ଗଦାଧର ନିଶଙ୍କର ବୋଲି ଜଣାପଡ଼ିଥିଲା । ଅନ୍ୟପଟେ ସନ୍ଦେହରେ ମହିଳା ତାନ୍ତ୍ରିକ ଅଟକ ରଖାଯାଇଛି।

    ଗଦାଧରଙ୍କ ଝିଅ ସସ୍ମିତାଙ୍କ ଅଭିଯୋଗ ଅନୁସାରେ ଗତ ୩ ତାରିଖରେ ବାପା ଗୁରୁଜଙ୍ଗ ଗ୍ରାମରେ ପୁଷ୍ପା ନାମକ ଜଣେ ମହିଳାଙ୍କ ଘରକୁ ଯାଇଥିଲେ। କିନ୍ତୁ ରାତିରେ ଫେରିନଥିଲେ କି ତାଙ୍କ ଫୋନ୍ ଲାଗିନଥୁଲା। ରବିବାର ବାଇକ୍ ଜବତ ହେବା ଖବର ପାଇଥିବା ସସ୍ମିତା କହିଛନ୍ତି। ଏପଟେ ପୁଲିସ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୁଷ୍ପାଙ୍କୁ ଗତକାଲିଠାରୁ ଥାନାରେ ଅଟକ ରଖାଯାଇଛି। ସୋମବାର ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍ ସାହାଯ୍ୟରେ ଘଟଣାସ୍ଥଳ ସମେତ ଗୁରୁଜଙ୍ଗ ଗ୍ରାମସ୍ଥିତ ପୁଷ୍କାଙ୍କ ଘରେ ତଦନ୍ତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ