Monday, October 5, 2026
24.7 C
Odisha

    ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ: ବିଜେଡି ବିଧାୟକ ଗୌତମବୁଦ୍ଧ

    ଆଗକୁ ପଢନ୍ତୁ

    ବାଲେଶ୍ବର: ଓଲିଉଡ କଳି ଏବେ ନୂଆ ମୋଡ ନେଇଛି। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ ଆମେ କୋର୍ଟକୁ ଯିବୁ ବୋଲି  ରବିବାର ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଛନ୍ତି।

    ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ସେ କହିଛନ୍ତି।  ମନୋଜ ମିଶ୍ର ଫକୀରମୋହନ ସେନାପତିଙ୍କ ଉପରେ ଦେଇଥିବା ମନ୍ତବ୍ୟ  ଆଦୌ ଗ୍ରହଣୀୟ ନୁହେଁ।

    ସେ କହିଛନ୍ତି, ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ସେହି ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’; ବିଶେଷକରି ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଉଠାଇଛନ୍ତି। ମୁଁ ମନୋଜଙ୍କୁ କହିବାକୁ ଚାହେଁ, ରାଣ୍ଡିପୁର ଅନନ୍ତା ଶବ୍ଦଟି ଫକୀରମୋହନ ସେନାପତିଙ୍କର ନୁହେଁ। ସେଭଳି ଲେଖାକୁ ବୁଝିବା ପାଇଁ ବୋଧହୁଏ ମନୋଜଙ୍କର ଜ୍ଞାନ ନାହିଁ। ମନୋଜ କହିଥିଲେ ଫକୀରମୋହନ ଲେଖା କପି କରିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ରାଜ୍ୟ ସାହିତ୍ୟପ୍ରେମୀଙ୍କର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଗୌତମବୁଦ୍ଧ  କହିଛନ୍ତି। ଏହାକୁ ରାଜ୍ୟର ବୁଦ୍ଧିଜୀବୀମାନେ ବିରୋଧ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ଏହା ରାଜ୍ୟର ଜନସାଧାରଣ କେବେ ମଧ୍ୟ ସହ୍ୟ କହିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ