Friday, October 16, 2026
21.9 C
Odisha

    ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି: ବାବୁ ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୭/୧୧: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । ଆଜି ଇଟିପୁର ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ୧ କୋଟି ୩୦ ଲକ୍ଷ ଟଙ୍କାର ୨୭ ଗୋଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା।ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ।

    ଏସବୁ ଖୁବ୍ ଜଲ୍ଦୀ କାମ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା।ଆଜିର ଏହି ଐତିହାସିକ ନିଷ୍ପତି ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଏକାମ୍ର ବିଧାୟକ ବାବୁ ସିଂ ଏକାମ୍ର ବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଆଜିର ଏହି ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଗ୍ରାମୀଣ ମଣ୍ତଳ ସଭାପତି ଅରୁଣ କୁମାର ପୁରୋହିତ,ନାରୀନେତ୍ରୀ ରଶ୍ମୀ ମହାପାତ୍ର, ଯୁବନେତା ଆଲୋକ ରଞ୍ଜନ ସାହୁ,ସୁର୍ଯ୍ୟକାନ୍ତ ସାହୁ, କୃଷ୍ଣଚନ୍ଦ୍ର ନାୟକ, ପ୍ରମୋଦ କୁମାର ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ପଞ୍ଚାନନ ସ୍ୱାଇଁ, ପ୍ରତାପ ଜେନା, ସରୋଜିନୀ ପରିଡା,ନାରାୟଣ ପରିଡା, ରାଜେନ୍ଦ୍ର ଖଟୁଆ, ବିଭୁତି ଭୁଷଣ ପ୍ରଧାନ, ପ୍ରକାଶ ସାହୁ, ସୁଶାନ୍ତ ସାହୁ, ଅଜୟ ସ୍ୱାଇଁ, ଭଗବାନ ଦାଶ, ଟୁକୁନା ସ୍ୱାଇଁ, ଚିରଞ୍ଜିବୀ ଗୋଚ୍ଛାୟତ, ମାନସ ପରିଡା, ପୁର୍ଣ୍ଣଚନ୍ଦ୍ର ପରିଡା, ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    98 %
    1kmh
    72 %
    Fri
    28 °
    Sat
    28 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ