Saturday, October 10, 2026
24.4 C
Odisha

    ମାଓବାଦୀଙ୍କ ବର୍ବରକାଣ୍ଡ; ବିସ୍ଫୋରଣରେ ଉଡିଗଲା ଯବାନଙ୍କ ଟ୍ରକ୍, ଦୁଇ ଯବାନ ସହିଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଛତିଶଗଡ ସୁକମା ଜିଲ୍ଲାରେ ପୁଣି ନକ୍ସଲମାନେ ବର୍ବର କାଣ୍ଡ ଘଟାଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ କରିଥିବା ଆଇଇଡି ବ୍ଲାଷ୍ଟରେ ୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି। ସୁକମା ଜିଲ୍ଲା ଜଗରଗୋଣ୍ଡା ଟେକେଲଗୁଡା ରାସ୍ତାରେ ଯବାନଙ୍କ ଟ୍ରକ ଯାଉଥିବା ବେଳେ ପୂର୍ବରୁ ସେଠାରେ ଲ୍ୟାଣ୍ଡମାଇନ ବିଛାଇଥିବା ମାଓବାଦୀମାନେ ବିସ୍ଫୋରଣ କରିଥିଲେ । ଏଥିରେ ଟ୍ରକଟି ଚୁରମାର ହୋଇଯିବା ସହ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଟ୍ରକରେ ୨୦୧ କୋବ୍ରା ଯବନା ଯାଉଥିଲେ । ବିସ୍ଫୋରଣ ପରେ ଅତିରିକ୍ତ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିଅନର ଯବାନ ସିଲଗରରୁ ତେକୁଲାଗୁଡେମ କ୍ୟାମ୍ପକୁ ଗୋଟିଏ ଗାଡ଼ିରେ ଯାଉଥିଲେ। ସିଲଗର ଏବଂ ଟେକୁଲଗୁଦମକୁ ଯିବା ବାଟରେ, ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ IED ଖଞ୍ଜିଥିଲେ। ସେଠାରେ ଯବାନମାନେ ପହଞ୍ଚିବା କ୍ଷଣି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁ ସେମାନଙ୍କ ଗାଡ଼ି ଛିନଛତ୍ର ହୋଇଯାଇଛି। ଯେଉଁଥିରେ ସିଆରପିଏଫର କୋବ୍ରା ୨୦୧ ବାଟାଲିୟନର ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ