Tuesday, September 29, 2026
23.2 C
Odisha

    ସୋରରେ ଗଣଦୌଡ଼, ଭାଗ ନେଲେ ୧୫ଶହରୁ ଅଧିକ ପ୍ରତିଯୋଗୀ

    ଆଗକୁ ପଢନ୍ତୁ

    ସୋର: ସୋରରେ ତୃତୀୟ ଥର ପାଇଁ  ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଖୁବ ଉତ୍ସାହ ଓ ଉଦ୍ଦୀପନା ସହିତ ଝାଡ଼ଖଣ୍ଡ, ବାରିପଦା,ରାଇରଙ୍ଗପୁର ଓ ଓଡ଼ିଶାର ବିଭିନ୍ନ ଜିଲା ତଥା ସ୍ଥାନୀୟ ଅଂଚଳରୁ ୧୫ଶହରୁ ଅଧିକ  ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା। ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ମଶାଲ ପ୍ରଜ୍ବଳନ ପୂର୍ବକ ଦୌଡ଼ର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ପର୍ବତ ଆରୋହି ସିଦ୍ଧର୍ଥ ରାଉତରାୟ,ସମ୍ମାନିତ ଅତିଥି ଭାବେ ଜ୍ଞାନ ପଟ୍ଟନାୟକ,  ଇଂ. ନିହାର ରଞ୍ଜନ ରାଉତ, ଡ଼. କରୁଣାକର ବିଶ୍ୱାଳ ,ସମ୍ପାଦକ ସୌମ୍ୟଶାନ୍ତ ଅମୃତ ପଟ୍ଟନାୟକ ଓ ଉପସଭାପତି ରମେଶ ପ୍ରଧାନ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇ ଗଣଦୌଡ ଶୁଭାରମ୍ଭର ସୂଚନା ପ୍ରଦାନ କରିଥିଲେ।ଏହି ଗଣଦୌଡ଼ କୋର୍ଟ ଛକରୁ ଆରମ୍ଭ ହୋଇ ଛତ୍ରପୁର, ଅଡ଼ଙ୍ଗବଜାର ମଧ୍ୟ ଦେଇ ଶିରାପୁର ଖେଳପଡ଼ିଆରେ ପହଞ୍ଚି ପୁନର୍ବାର ଅଡଙ୍ଗ ବଜାର ମଧ୍ୟଦେଇ ସୋର ଅନନ୍ତପୁର ଛକରୁ ଟାଉନହଲ ନିକଟରେ ସମାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଦର୍ଶକ  ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପରେ ସଭାପତି ସଂଜୟ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିବା ସହିତ ମାରାଥନ ଭାଇଚାରାର ପ୍ରତୀକ ପ୍ରତିଦିନ ସକାଳେ ସମସ୍ତେ   ଦୌଡ଼ିଲେ ଶରୀର ସୁସ୍ଥ ରୁହେ ବୋଲି ମତବ୍ୟକ୍ତ କରିଥିଲେ। ରବୀନ୍ଦ୍ର କୁମାର ନାୟକ ମଞ୍ଚ ଆହ୍ୱାନ କରିଥିବା ବେଳେ ଉପସଭାପତି ଅବଦୁଲ ଉଦୁଦ ଖାଁ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ଶେଷରେ ସହ ସମ୍ପାଦକ ଭଗବାନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ନୁପୁର ନୃତ୍ୟ ଅନୁଷ୍ଠାନ,ତ୍ରିବେଣୀ କଳା କେନ୍ଦ୍ର ଓ ବନ୍ଦେମାତାରମ କଲଚୁରାଲ ଏସୋସିଏସନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ୪ ଶହ ମହିଳା ଓ ୧୧୦୦ରୁ ଉର୍ଦ୍ବ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ  ୧୦ କିମି ଦୌଡ଼ରେ କଳାହାଣ୍ଡିର ପଙ୍କଜ ରଣା ପ୍ରଥମ,ଗଞ୍ଜାମର ସରୋଜ ବେହେରା ୨ ୟ,ମୟୁରଭଞ୍ଜର ଅସମାନ ପୁରଟି ୩ୟ, କଳାହାଣ୍ଡିର ନେତ୍ରମଣି ଶବର ୪ର୍ଥ ଓ କରଞ୍ଜିଆର ପ୍ରେମରାଜ ଟୁଡୁ ୫ ମ ସ୍ଥାନ ଅଧିକାର କରିଥିଲେ। ସେହିପରି ମହିଳାଙ୍କ ମଧ୍ୟରେ ବାଲେଶ୍ଵରର ପୂଜା ବେହେରା ୧ ମ ,ଗଜପତିର ପୁଷ୍ପଲତା ପଲେଇ ୨ୟ ଓ ସୋର  ସରସଙ୍ଖର କବିତା ସାସମଲ ୩ ୟ ସ୍ଥାନ ଅଧିକାର କରିଥିଲେ।  ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ମେଡାଲ ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ୫ କିମି ଦୌଡ଼ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା।

    1. ଏହି କାର୍ଯ୍ୟକ୍ରମରେ  ମାରାଥନ କମିଟିର ସଦସ୍ୟ ଅଶୋକ କୁମାର ମହାନ୍ତି, ଦାମୋଦର ଦାଶ ମହାପାତ୍ର,ମହେଶ୍ବର ପଣ୍ଡା,ଅଜିତ ନାୟକ, ରବୀନ୍ଦ୍ର ଦାସ,ଚେମେଇ ଦାସ,ରଶ୍ମିତା ସାହୁ ଓ ମହେଶ୍ବର ନାୟକ ପରିଚାଳନା କରିଥିବା ବେଳେ ପ୍ରଶାସନିକ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ ବିଭାଗ, ସୋର ପୌରପାଳିକାର କର୍ମଚାରୀ ଏବଂ ସୋରର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନର ସହଯୋଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ