Saturday, October 10, 2026
24.5 C
Odisha

    ଶୀତକାଳୀନ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଅଧିବେଶନ ପୂର୍ବରୁ ବିଧାନସଭାର ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂଗଠନିକ ମହା ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ ।ଚଳିତ ବିଧାନସଭାରେ ସରକାର କେଉଁ ପ୍ରସ୍ତାବ ଆଣିବେ ଏବଂ କେଉଁ କେଉଁ କାର୍ଯ୍ୟଖସଡା ରହିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ ବିଜେପି ସରକାରଙ୍କର ଦ୍ବିତୀୟ ବିଧାନସଭା ଅଧିବେଶନ। ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।ଚଳିତ ବିଧାନସଭା ଶୀତ ଅଧିବେଶନ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଡିସିପିଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ସିଆରପିଏଫ୍, ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ନିୟୋଜିତ ହୋଇଛନ୍ତି.

    ସୂଚନାଯୋଗ୍ୟ, ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।  ଆମ୍ବଟାକୁଆ ସହିତ ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିବାର  ଆଶଙ୍କା ରହିଛି। ତେବେ ବିରୋଧୀ ଦଳଙ୍କର କଡ଼ା ମୁକାବିଲା ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ