Friday, September 20, 2024
25.1 C
Odisha

    ପୁଣିଥରେ ନିଜ ଭଣଜାକୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

    ଆଗକୁ ପଢନ୍ତୁ

    ନିଜ ଭଣଜାକୁ ନିଜ ରାଜନୈତିକ ଉତ୍ତରାଧିକାରୀ ଭାବେ ଘୋଷଣା କଲେ ମାୟାବତୀ । ଆକାଶଙ୍କୁ ପୁଣି ମିଳିଲା ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପଦ । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଆକାଶଙ୍କୁ ଉତ୍ତରାଖଣ୍ଡ ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରାଯାଇଥିଲା । ମାୟାବତୀଙ୍କ ପରେ ଲିଷ୍ଟରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହାପରେ ରବିବାର ମାୟାବତୀ ଲକ୍ଷ୍ନୌରେ ରାଜ୍ୟର ପ୍ରମୁଖ ନେତାଙ୍କ ସହିତ ଆଲୋଚନା କରିଥିଲେ । ଯେଉଁ ବୈଠକରେ ନିଜେ ଆକାଶ ମଧ୍ୟ ସାମିଲ ହେଇଥିଲେ । ବୈଠକ ପରେ ଆକାଶ ମାୟାବତୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିବା ସୂଚନା ମିଳିଛି ।

    ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସମୟରେ ମାୟାବତୀଙ୍କ ଏକ ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଥିଲା । ସେ ତାଙ୍କ ଭଣଜା ଆକାଶ ଆନନ୍ଦଙ୍କୁ ଅପରିପକ୍ୱ ବୋଲି କହିବା ସହ ତାଙ୍କୁ ଜାତୀୟ ସଂଯୋଜକ ପଦରୁ ମଧ୍ୟ ହଟାଇ ଦେଇଥିଲେ । ଖାଲି ସେତିକି ନୁହେଁ, ସେ ପରିପକ୍ୱ ନହେଲା ପର୍ଯ୍ୟନ୍ତ ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ କରିବାକୁ ବି ସେ ମନା କରିଦେଇଥିଲେ । ତେବେ ଲୋକସଭା ନିର୍ବାଚନ ସମୟରେ ଆକାଶ ଆନନ୍ଦ ଅନେକ ରାଲିରେ ଆକ୍ରମଣାତ୍ମକ ଢଙ୍ଗରେ ନଜର ଆସିଥିଲେ । କିଛି କିଛି ଭାଷଣକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥିଲେ । ଯାହାକୁ ନେଇ ବିରୋଧୀ ତାଙ୍କ ଉପରେ ଟାର୍ଗେଟ କରିଥିଲା ।

    ଖାସ୍ କରି ଗୋଟିଏ ଭାଷଣରେ ସେ ବିଜେପିକୁ ଆତଙ୍କବାଦୀ ପାର୍ଟି ବୋଲି ମଧ୍ୟ କହିଦେଇଥିଲେ । ଯାହାକୁ ନେଇ ତାଙ୍କ ଉପରେ ଏଫଆଇଆର ମଧ୍ୟ ରୁଜୁ ହେଇଥିଲା । ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଥିଲେ ଯେ, ଆକାଶ ଆନନ୍ଦଙ୍କ ଏଣ୍ଟ୍ରି ସହ ବିଏସପିକୁ ନୂଆ ଦିଗ ମିଳିବ । ହେଲେ ଏପରି ସମୟରେ ମାୟାବତୀ ତାଙ୍କୁ ରାଷ୍ଟ୍ରୀୟ ସଂଯୋଜକ ପଦରୁ ହଟାଇ ଦେଇଥିଲେ । ଆଉ ଏବେ ବି ସେ ପରିପକ୍ୱ ହେବା ବାକି ଅଛି ବୋଲି କହିଥିଲେ ମାୟାବତୀ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    88 %
    1.4kmh
    23 %
    Fri
    25 °
    Sat
    32 °
    Sun
    31 °
    Mon
    31 °
    Tue
    30 °

    ସମ୍ବନ୍ଧିତ