Saturday, July 27, 2024
24.6 C
Odisha

    କାଶ୍ମୀରରେ ଏଥର ରୋଚକ ହେବ ଲୋକସଭା ଲଢେଇ । ମେହବୁବା ମୁଫତିଙ୍କୁ ଟକ୍କର ଦେବେ ଗୁଲାମ ନବି ଆଜାଦ୍

    ଆଗକୁ ପଢନ୍ତୁ

    କାଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି । କାଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି ପିଡିପି । ଯେଉଁଠି କି ସେ ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ସହ ମୁହାଁମୁହିଁ ହେବେ । ସେହିପରି ଶ୍ରୀନଗରରେ ଦଳ ଯୁବ ନେତା ମହମ୍ମଦ ୱହିଦ୍ ପାରା ଏବଂ ବାରାମୁଲା ଆସନରେ ଫୟାଜ୍ ମିରଙ୍କୁ ପ୍ରାର୍ଥୀ କରିଛି ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି (ପିଡିପି) ।ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି । ତା ସହିତ ଜାମ୍ମୁକାଶ୍ମୀର ପୂୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି । ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ । ମେହବୁବା ମୁଫତି କହିଛନ୍ତି ଯେ, ନ୍ୟାସନାଲ କନଫରେନ୍ସ ବିନା କୌଣସି ଚର୍ଚ୍ଚା ଆଲୋଚନାରେ ପ୍ରାର୍ଥୀ ଘୋଷଣା କରିଥିବାରୁ, ସେ ଦୁଃଖିତ । ଏହାଦ୍ୱାରା ପିଡିପିର କାର୍ଯ୍ୟକର୍ତ୍ତାମାନେ ନିରାଶ ଅଛନ୍ତି । ତେବେ ଆମେ ଆମର ଶକ୍ତି ନ୍ୟାସନାଲ କନଫରେନ୍ସକୁ ଦେଖାଇବୁ । ଜାମ୍ମୁକାଶ୍ମୀରର ମୁଦ୍ଦା ଉଠାଇ ଲୋକଙ୍କ ପାଖକୁ ଯିବୁ ବୋଲି ମୁଫତି କହିଛନ୍ତି । ସୂଚନାଯୋଗ୍ୟ ଯେ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ରବିବାର କାଶ୍ମୀରର ତିନୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ