Sunday, November 2, 2025
21.6 C
Odisha

    ଚକଲେଟ କିଣିବାକୁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ: ଦୋକାନୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣା‌ରେ ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ। ୧୭ ଜଣ ସାକ୍ଷୀ, ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୂତାର। ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଦୋକାନୀ ଅଜୟ ବେହେରା ନାମରେ ୩୦/୫/୨୩ରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    91 %
    1.4kmh
    73 %
    Sun
    28 °
    Mon
    30 °
    Tue
    28 °
    Wed
    28 °
    Thu
    28 °

    ସମ୍ବନ୍ଧିତ