Friday, May 17, 2024
36.4 C
Odisha

    ପିସିସି ନୋଟିସ୍ ପରେ ଲିଖିତ ଉତ୍ତର ରଖିଲେ ବିଧାୟକ ସୁର ରାଉତରାୟ । କହିଲେ, କୌଣସି ଦଳର ରାଲି, ସଭାକୁ ଯାଇନାହାନ୍ତି କି କରିନହାନ୍ତି ପ୍ରଚାର

    ଆଗକୁ ପଢନ୍ତୁ

    କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ନେଇ ନୋଟିସ୍ ଉପରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କହିଛନ୍ତି, ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି । ତାଙ୍କ ସାନ ପୁଅ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେଥିପାଇଁ ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ କୌଣସି ଦଳର ପ୍ରଚାରକୁ ଯାଇନାହାନ୍ତି କି ଯିବେ ନାହିଁ ବୋଲି କହିଛନ୍ତି । ଏହା ସହ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ୫୦ ବର୍ଷ ହେଲା ଯାଉଛନ୍ତି । ହେଲେ ସେଥିରେ କୌଣସି ରାଜନୈତିକ ଭାଷଣ ଦେଇନାହାନ୍ତି । ଏପରିକି ସେ ପୁଅ ପାଇଁ ପ୍ରଚାର କରିନାହାନ୍ତି ବୋଲି କହିଛନ୍ତି । ଏଆଇସିସି ଓ ପିସିସି ଯେଉଁ ଦଣ୍ଡ ଦେବେ ସେ ଗ୍ରହଣ କରିବେ ବୋଲି କହିଛନ୍ତି ସୁର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ