Wednesday, September 30, 2026
29.4 C
Odisha

    ଡିସ୍‌ଚାର୍ଜ ହେଲେ ମିଥୁନ ଚକ୍ରବର୍ତ୍ତୀ; କହିଲେ ମୋଦୀ କାହିଁକି କଲ୍‌ କରି ତାଙ୍କୁ ଗାଳି ଦେଇଛନ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଶନିବାର (ଫେବ୍ରୁଆରି ୧୦) କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ତ‌ାଙ୍କୁ ଏବେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇସାରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ସୋମବାର (ଫେବ୍ରୁଆରି ୧୨) ଅପରାହ୍ନରେ ମିଥୁନଙ୍କୁ ଡିସଚାର୍ଜ କରାଯାଇଛି। ମିଥୁନ ଏହା ମଧ୍ୟ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂ କାର୍ଯ୍ୟ ଆରମ୍ଭ କରିବେ।ଗଣମାଧ୍ୟମରେ ମତ ରଖି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, “ପ୍ରକୃତରେ କୌଣସି ଅସୁବିଧା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ମୋର ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ମୁଁ ଶୀଘ୍ର କାମ ଆରମ୍ଭ କରିପାରିବି, ବୋଧହୁଏ ଆସନ୍ତାକାଲିଠାରୁ। ”ମିଥୁନ ପ୍ରକାଶ କରିଛନ୍ତି ଯେ ରବିବାର (ଫେବ୍ରୁଆରି ୧୧) ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ କଲ ପାଇଥିଲେ। ମୋଦୀ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉ ନ ଥିବାରୁ ତାଙ୍କୁ ଗାଳି ଦେଇଛନ୍ତି।

    ବହୁ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞ ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମୀକ୍ଷା କରିଛନ୍ତି। ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସେମାନେ ଏମଆରଆଇ ସମେତ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରିଥିଲେ।

    ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଗତଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ଘନିଷ୍ଠ ସୂତ୍ରରୁ ପ୍ରକାଶ ଯେ ମିଥୁନଙ୍କୁ ବ୍ରେନ ଷ୍ଟୋକ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ