Saturday, July 27, 2024
24.5 C
Odisha

    ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ, ଅଗଷ୍ଟ ୧୫ରୁ ମିଳିବ କାର୍ଡ । ଜାଣନ୍ତୁ ଏଥିରେ କେଉଁ ସୁବିଧା ପାଇବେ ଛାତ୍ରଛାତ୍ରୀ?

    ଆଗକୁ ପଢନ୍ତୁ

    ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ମିଳିବ ଏହି ମ୍ୟାଜିକ କାର୍ଡ । କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ । ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ । ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏହାର ଡାଟାବେସ୍ ଏହି କାର୍ଡରେ ମିଳିବ । ସେହିଭଳି ପରୀକ୍ଷା ଫଳ, ଉପସ୍ଥାନର ପୂରା ତଥ୍ୟ ମଧ୍ୟ ଏହି କାର୍ଡରେ ରହିବ । ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ । ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶୀ ଥିବେ ସେହି କ୍ଷେତ୍ରର କମ୍ପାନି ଗୁଡିକ ଡାଟାବେସ୍ ଅନୁଯାୟୀ ନିଯୁକ୍ତି ଦେବେ ।ସେହିଭଳି ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ବଡ ଘୋଷଣା କରିଛନ୍ତି ଭି.କେ ପାଣ୍ଡିଆନ । +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି । ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ମିଳିବ । ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ । ସେହିଭଳି ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇବେ । ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ । ସରକାରୀ କର୍ମଚାରୀ ଓ ଆୟକର ଭରୁଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ