Wednesday, September 16, 2026
24.5 C
Odisha

    ଦେଶରେ ଭାଜପା ବ୍ୟତୀତ କୌଣସି ବିକଳ୍ପ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ନାନା ପାଟେକର ଜଣେ। ଫିଲ୍ମ ହେଉ ଅବା କୌଣସି ରାଜନୈତିକ ପ୍ରସଙ୍ଗ ସର୍ବଦା ନିଜର ନିର୍ଭିକ ବୟାନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଏବେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ ସେଭଳି ଏକ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ନାନାଙ୍କୁ ଲୋକ ସଭା ନିର୍ବାଚନ ଉପରେ କ’ଣ ରାୟ ଦେବେ ବୋଲି ପଚରାଯାଇଥିଲା। ଏହାକୁ ନେଇ ସେ କହିଥିଲେ ଯେ ଦେଶରେ ଭାଜପା ବ୍ୟତୀତ କୌଣସି ବିକଳ୍ପ ନାହିଁ। ଏଣୁ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଥିଲେ। ଏହାଛଡ଼ା ଆଗାମୀ ନିର୍ବାଚନରେ ଭାଜପାକୁ ୩୫୦-୩୭୫ ଆସନ ମିଳିବ। ଭାଜପା ପୁଣିଥରେ ଶାସନ କ୍ଷମତାକୁ ଆସିବ। ଭାଜପା ଦେଶରେ ଭଲ କାମ କରୁଛି। ଏଣୁ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଦଳକୁ ନିଶ୍ଚିତ ଭାବେ ସଫଳତା ମିଳିବ। ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏବେ ଦେଶରେ ମୋଦିଙ୍କ ବ୍ୟତୀତ କୌଣସି ବିକଳ୍ପ ନାହିଁ ବୋଲି ସେ ମତ ରଖିଛନ୍ତି। କାମ ବିଷୟରେ କହିଲେ ନାନା ନିକଟରେ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର’ରେ ନଜର ଆସିଥିଲେ। ଏଥିରେ ତାଙ୍କ ବ୍ୟତୀତ ପଲ୍ଲବୀ ଯୋଶୀ ଏବଂ ଗିରିଜ ଔକ ପ୍ରମୁଖ ନଜର ଆସିଥିଲେ। ଫିଲ୍ମରେ ନାନାଙ୍କ କାମକୁ ପସନ୍ଦ କରାଯାଇଥିଲା। ହେଲେ ବକ୍ସ ଅଫିସରେ ତାହା ସେତେଟା ଭଲ ପ୍ରଦର୍ଶନ କରି ନ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ