Saturday, September 19, 2026
28.3 C
Odisha

    ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମନର କଥା ବୁଝିଲେ ମୋଦୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟ ମତଦାନ ସରିଯାଇଛି | ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ | ଆଉ ଏହାରି ଭିତରେ ରାଜ୍ୟ ବିଜେପିର କାର୍ଯ୍ୟାଳୟରେ ପହଂଚି ଦଳର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ ପରିଚାଳନାର ସମୀକ୍ଷା କରିଛନ୍ତି । କିଏ କେଉଁ ଦାୟିତ୍ୱରେ ଅଛି କାର୍ଯ୍ୟକ୍ରମ କେମିତି ଚାଲିଛି ପ୍ରତିଟି ନେତାଙ୍କ ସହ କଥା ହେଲେ । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ସମୀକ୍ଷା କଲେ । ଏଥିସହ ଗୁରୁ ମନ୍ତ୍ର ବି ଦେଲେ ମୋଦୀ । ଟିକେଟ ନନେଇ ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂଶା କଲେ ।
    ତାଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଦେଇ ଜୋଶ ବଢ଼େଇଲେ । କିଏ କେତେ କାମ କରୁଛନ୍ତି, କେତେବେଳେ ଖାଉଛନ୍ତି, କାର୍ଯ୍ୟକର୍ତ୍ତାଙ୍କର ପ୍ରତିଟି କଥା ପଚାରି ବୁଝିଥିଲେ । ୧୯୮୬ ସଂଗଠନ ମନ୍ତ୍ରୀ ବେଳେ ପାର୍ଟି ଅଫିସ ଆସିଥିଲେ, ସେ କଥା ମନେ ପକାଇ ଭାବ ବିହ୍ଵଳ ହୋଇପଡିଥିଲେ | ସେତବେଳେର ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ରାଜଭବନ ଅଭିମୁଖେ ଯାଇଛନ୍ତି | ସେଠାରେ ସେ ରାତ୍ରିଯାପନ କରିବେ | ଆସନ୍ତାକାଲି ପୁରୀ ଗସ୍ତରେ ଯିବେ | ଏହାପରେ ଅନୁଗୁଳ ଓ କଟକରେ ଆୟୋଜିତ ଜନସଭାରେ ଯୋଗ ଦେବେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ