Monday, May 6, 2024
27.4 C
Odisha

    ମିସନ ମୋଡରେ ମୋଦୀ : ୧୦ ଦିନରେ କରିବେ ୧୨ ରାଜ୍ୟ ଗସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ମୋଡରେ କାମ କରୁଛନ୍ତି। ନିକଟରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ସମେତ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ, ତାମିଲନାଡୁ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ୧୦ ଦିନ ମଧ୍ୟ ବ୍ୟସ୍ତ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିନା ବିରତିରେ ରାଜ୍ୟ ଗସ୍ତ କରିବା ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି ଆଗାମୀ ୫ ତାରିଖରେ ମୋଦୀଙ୍କ ଓଡ଼ିଶା ଗସ୍ତ । ଓଡ଼ିଶାର ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ତେଲେଙ୍ଗାନାରୁ ଓଡ଼ିଶା ଆସିବେ ଓ ଓଡ଼ିଶାରେ ଜନସଭା ଛାଡ଼ି କୋଲକାତା ଯିବେ ।
    ଆଗାମୀ ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୧୨ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ୨୯ଟି କାର୍ଯ୍ୟକ୍ରମରେ ଭାଗ ନେବେ। ଏଥିରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ଦିଲ୍ଲୀ ରହିଛି। କେବଳ ମାର୍ଚ୍ଚ ୪ରୁ ୭ ତାରିଖ ମଧ୍ୟରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଜମ୍ମୁ-କଶ୍ମୀର ସମେତ ୫ଟି ରାଜ୍ୟରେ ମାରାଥନ ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.4 ° C
    27.4 °
    27.4 °
    49 %
    2.1kmh
    31 %
    Mon
    43 °
    Tue
    39 °
    Wed
    40 °
    Thu
    38 °
    Fri
    37 °

    ସମ୍ବନ୍ଧିତ