Sunday, April 5, 2026
36.1 C
Odisha

    ମୋଦୀଙ୍କ ଡିଗ୍ରୀ ମାମଲା: ସଞ୍ଜୟଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲାରେ ଆମ୍ ଆଦମୀ ପାର୍ଟି(ଏଏପି)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସୁ୍ପ୍ରିମକୋର୍ଟରେ ବଡ଼ ଝଟ୍‌କା ଲାଗିଛି। ଶୀର୍ଷକୋର୍ଟ ସଞ୍ଜୟଙ୍କ ବିରୋଧରେ ଜାରି ହୋଇଥିବା ମାନହାନୀ ସମନ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ କରାଯାଇଥିଲା। ସଞ୍ଜୟ ଗୁଜୁରାଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଦାଏର ହୋଇଥିବା ମାନହାନୀ ମାମଲାରେ ଗୁଜୁରାଟର ଏକ କୋର୍ଟ ଦ୍ବାରା ଜାରି ହୋଇଥିବା ସମନକୁ ଚ୍ୟାଲେଞ୍ଜ ଦେଇଥିଲେ।

    ଗୁଜୁରାଟ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୂଷ ପଟେଲ ସଞ୍ଜୟ ସିଂ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିଥିଲେ। ଏହା ପୂର୍ବରୁ ଗୁଜୁରାଟ ହାଇକୋର୍ଟଙ୍କ ପକ୍ଷରୁ ଆଇଟିଆଇ ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଡିଗ୍ରୀ ବିଷୟରେ ସୂଚନା ଉପଲବ୍ଧ କରାଇବା ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଆଦେଶକୁ ଖାରଜ କରିଦେଇଥିଲେ। ଏହା ପରେ ଏହି ମାମଲା ଦାଏର କରାଯାଇଥିଲା।

    ଜାନୁୟାରୀରେ ସୁପ୍ରିମ‌କୋର୍ଟ କେଜ୍ରିୱାଲ ଏବଂ ସଞ୍ଜୟଙ୍କ ବିରୋଧରେ ମାନହାନୀ ଅଭିଯୋଗ ଉପରେ ଟ୍ରାଏଲ୍ କୋର୍ଟରେ ଶୁଣାଣି ରୋକି ଦେଇଥିଲେ। ପୀୟୁଷ ପଟେଲଙ୍କ ପକ୍ଷରୁ ଦାଏର କରାଯାଇଥିବା ଅଭିଯୋଗ ଅନୁସାରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଥିଲେ।

    ସେମାନେ ଏକ୍ସ ହ୍ୟାଣ୍ଡେଲରେ ମଧ୍ୟ ଏହି ପ୍ରଶ୍ନ ଉଠାଇଥିଲେ। ଏହା ସହିତ ବିଶ୍ବବିଦ୍ୟାଳୟକୁ ଟାର୍ଗେଟ କରି ଅପମାନଜନକ ମନ୍ତବ୍ୟ ପ୍ରଦାନ କରିଥିଲେ।ଏହା ଦ୍ବାରା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଉପରେ ଆଞ୍ଚ୍ ଆସିଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟ ଏନେଇ ଗତ ବର୍ଷ କହିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦୀତ। ଏହାକୁ ଖାରଜ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    24 %
    2.5kmh
    40 %
    Sun
    35 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ