Sunday, October 20, 2024
22.7 C
Odisha

    ଆମେରିକା ଫ୍ଲୋରିଡା ସହରରେ ଆଲର୍ଟ: ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍

    ଆଗକୁ ପଢନ୍ତୁ

    ୱାଶିଂଟନ: ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍ । ଆମେରିକା ଫ୍ଲୋରିଡା ସହରରେ ଆଲର୍ଟ ।  ୧୦୦ ବର୍ଷରେ ସବୁଠାରୁ ଭୟଙ୍କର ବାତ୍ୟା ଆସୁଥିବା ସୂଚନା । ଲୋକଙ୍କୁ ବିପଜ୍ଜନକ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି  । ୧୦ ଦିନ ମଧ୍ୟରେ ଆମେରିକାରେ ଏହା ହେଉଛି ଦ୍ୱିତୀୟ ବଡ଼ ଝଡ଼ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଲ୍ଟନ୍ ବାତ୍ୟାକୁ ନେଇ ଫ୍ଲୋରିଡାରେ ସତର୍କ ସୂଚନା ଜାରି କରାଯାଇଛି । ନ୍ୟାସନାଲ ହରିକେନ୍ ସେଣ୍ଟର ଏହାକୁ ସବୁଠାରୁ ବିନାଶକାରୀ ବାତ୍ୟାର ୫ମ ଶ୍ରେଣୀରେ ରଖିଛି । ଏହି ବର୍ଗରେ ବ୍ୟାପକ ଧନଜୀବନ ହାନି ହେବାର ଆଶଙ୍କା ରହିଛି ।ମିଲ୍ଟନ୍ ବୁଧବାର ଫ୍ଲୋରିଡାର ଜନବହୁଳ ଟାମ୍ପା ଉପସାଗରକୁ ଛୁଇଁପାରେ । ବର୍ତ୍ତମାନ ଏହା ଟାମ୍ପାଠାରୁ ୧୦୦୦ କିଲୋମିଟର ଦୂରରେ ରହିଛି । ଟାମ୍ପାର ଜନସଂଖ୍ୟା ୩ ନିୟୁତରୁ ଅଧିକ । ବାତ୍ୟା ଟାମ୍ପା ଉପସାଗରରେ ପହଞ୍ଚିବା ପରେ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାପରେ ଏହା କେନ୍ଦ୍ରୀୟ ଫ୍ଲୋରିଡାରୁ ଆଟଲାଣ୍ଟିକ ମହାସାଗର ଆଡକୁ ଗତି କରିବ ।

    ସାମୁଦ୍ରିକ ଝଡ଼ ମିଲ୍ଟନ୍ ଏବେ ମେକ୍ସିକୋ ଉପସାଗର ଦେଇ ଗତି କରୁଛି। ସୋମବାର ରାତିରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୨୮୫ କିଲୋମିଟର ଥିଲା । ଏହା ଫ୍ଲୋରିଡା ରାଜ୍ୟ ଆଡକୁ ଗତି କରୁଛି । ବାତ୍ୟା ଯୋଗୁଁ ଫ୍ଲୋରିଡାର ୬୭ଟି କାଉଣ୍ଟି ମଧ୍ୟରୁ ୫୧ଟିରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି। ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଉଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ଆମେରିକାରେ ବାତ୍ୟା ହେଲେନ୍ ମାଡ଼ି ଆସିଥିଲା। ଏଥିରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    94 %
    1.2kmh
    100 %
    Sat
    23 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ