Monday, March 30, 2026
26.9 C
Odisha

    ଦାଦନ ଖଟି ଯିବେ ବାପା-ମା’:ସରକାରଙ୍କ ହାତକୁ ଟେକିଦେଲେ ୨ ମାସର ଶିଶୁକନ୍ୟା

    ଆଗକୁ ପଢନ୍ତୁ

    ମା’ର ମମତା ଆର୍ଥିକ ଅବସ୍ଥା ଆଗରେ ହାର୍ ମାନିଛି। ନିଜ ଜନ୍ମକଲା ଛୁଆକୁ ଭଲରେ ମୁଠେ ଖାଇବାକୁ ଦେଇପାରିବାକୁ ଅକ୍ଷମ ଥିବା ଦର୍ଶାଇ ବାପା-ମା’ ୨ମାସର ଶିଶୁକନ୍ୟା ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ସରକାରଙ୍କ ପାଖରେ ଶିଶୁକନ୍ୟାକୁ ଛାଡି ସେମାନେ ପେଟ ପାଇଁ ଦାଦନ ଖଟି ଯିବେ। ଏପରି ଏକ କରୁଣ ଦୃଶ୍ୟ ବିଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ବାପା-ମା’ବଲାଙ୍ଗୀର ଶିଶୁମଙ୍ଗଳ ସମିତି ହାତରେରେ ଶିଶୁକନ୍ୟା ଟେକି ଦେଇଛନ୍ତି।

    ସୂଚନାଯୋଗ୍ୟ, କିଛି ଦିନ ତଳେ ସାନଗୁରଜିଭଟା ଗାଁର ଦମ୍ପତି ନିଜର ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସପିଟାଲରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଶିଶୁକନ୍ୟାର ବାପାକୁ ଅଟକ ରଖିବା ସହ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା।
    ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ନିଜ ମା’କୁ ହସ୍ତାନ୍ତର କରିଥିଲା। ଏହା ସହ ଶିଶୁକନ୍ୟାର ବାପାକୁ ପୁଲିସ ଛାଡ଼ି ଦେଇଥିଲା। ଏବେ ଏହି ଦମ୍ପତି ନିଜର ପେଟ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାହାରିଛନ୍ତି। ଏଥିପାଇଁ ନିଜର ଶିଶୁକନ୍ୟାକୁ ସରକାରଙ୍କ ହାତକୁ ଟେକି ଦେଇଛନ୍ତି।
    ଆମ ଛୁଆ ଭଲରେ ରହିବ ବୋଲି ଅନ୍ୟକୁ ଦେଇଦେଇଥିଲୁ। ଆମେ ଗରିବ ଲୋକ। ୬ମାସ ଦାଦନ ଖଟିବାକୁ ବାହାରକୁ ଯାଉ, ଆଉ ୬ମାସ ଘରେ ରହିଥାଉ। ଏବେ ଆମ ପିଲାର ଦାୟିତ୍ବ ସରକାରଙ୍କର ବୋଲି ମା’କୋହଭରା କଣ୍ଠରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ