Wednesday, October 7, 2026
22.8 C
Odisha

    ସାଂସଦ ମହୁଆ ମୈତ୍ରଙ୍କୁ ନୋଟିସ, ଜାଣନ୍ତୁ କଣ ରହିଛି କାରଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ରଙ୍କୁ ନେଇ ଥମୁନି ଅଡୁଆ। ପ୍ରଶ୍ନ ପଚାରିବାକୁ ନେଇ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବାପରେ ଏବେ ତାଙ୍କୁ ଦିଲ୍ଲୀରେ ଥିବା ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ନୋଟିସ ଜାରି ହୋଇଛି । ଟିଏମସି ନେତା ମହୁଆ ମୈତ୍ରଙ୍କୁ ପ୍ରଥମେ ସରକାରୀ ବଂଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ ୮ ଜାନୁଆରୀରେ ତାଙ୍କୁ ନୋଟିସ ଜାରି କରି ୩ ଦିନରେ ଘର ଖାଲି କରିବାକୁ ନିର୍ଦ୍ଦେଶ ସହ ବଙ୍ଗଳା ଖାଲି ନକରିବାର କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏହାପରେ ଗତକାଲି ମଙ୍ଗଳବାର ମହୁଆ ମୈତ୍ରଙ୍କୁ ପୁଣି ଏକ ନୋଟିସ ଜାରି କରାଯାଇଛି। ଏଥିରେ ସେ ରହୁଥିବା ସରକାରୀ ଘର ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯଆଇଛି। ସାଂସଦ ହେବା ପରେ ଦିଲ୍ଲୀରେ ଏହି ବଂଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। କିନ୍ତୁ ସାଂସଦ ପଦ ଯିବା ପରେ ତାଙ୍କୁ ମିଳିଥିବା ସରକାରୀ ବାସଭବନ ଆବଣ୍ଟନକୁ ମଧ୍ୟ ରଦ୍ଦ କରାଯାଇଛି। ଗତ ଡିସେମ୍ବର ୮ ତାରିଖରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରି ସଂସଦର ୱେବସାଇଟ୍ ୟୁଜର ଆଇଡି ଏବଂ ପାରୱାର୍ଡ ପ୍ରଘଟ କରିଥିବା ଯୋଗୁଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    88 %
    1.5kmh
    2 %
    Tue
    22 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ