Tuesday, May 26, 2026
29.9 C
Odisha

    ଝିଅ ହୋଇ ଜନ୍ମ ଲାଭ କରିଥିବାରୁ ଦୁଃଖ କରନ୍ତି ମୃଣାଳ ଠାକୁର

    ଆଗକୁ ପଢନ୍ତୁ

    ମୁମ୍ବାଇ: ଛୋଟ ପରଦାରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିବା ମୃଣାଳ ଠାକୁର ଖୁବ୍‌ କମ୍‌ ଦିନ ମଧ୍ୟରେ ସଫଳତା ପାଇବାରେ ସମର୍ଥ ହୋଇଛନ୍ତି। ଟେଲିଭିଜନ ଓ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବ୍ୟତୀତ ମରାଠୀ ଚଳଚ୍ଚିତ୍ରରେ କାମ କରିଥିବା ମୃଣାଳ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି। ଏବେ ସେ ତାଙ୍କର ନୂଆ ଓଟିଟି ଚଳଚ୍ଚିତ୍ର ‘ଫ୍ୟାମିଲି ‌ଷ୍ଟାର୍‌’ ପାଇଁ ଖବରରେ ରହିଛନ୍ତି। ଏହି ତେଲୁଗୁ ସିନେମାରେ ସେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ।

    ନିକଟରେ ମୃଣାଳ ‘ନବଭାରତ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଜଣେ ମହିଳା ହୋଇ ଜନ୍ମ ହୋଇଥିବାରୁ ତାଙ୍କ ମନର ବ୍ୟଥାକୁ ଖୋଲିକରି କହିଛନ୍ତି। ସିନେ ଜଗତରେ ଅଭିନେତ୍ରୀଙ୍କ ତୁଳନାରେ ଅଭିନେତାମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିବା କଥାକୁ ନେଇ ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ମୃଣାଳ ଆହୁରି ବି କହିଛନ୍ତି ‌ଯେ ବେଳେ ବେଳେ ସେ ନିଜକୁ ଜଣେ ମହିଳା ହୋଇ କାହିକି ଜନ୍ମ ହେଲେ ବୋଲି ପ୍ରଶ୍ନ କରନ୍ତି। ପୁଣି ତାଙ୍କୁ ପ୍ରେରଣା କରି ଆଗକୁ ଚାଲିବାକୁ ଚେଷ୍ଟା କରୁଥିବା ଅନ୍ୟ ମହିଳାଙ୍କ ବିଷୟରେ ଭାବିଦେଲେ ନିଜକୁ ଦୃଢ଼ କରିନିଅନ୍ତି। ଚଳଚ୍ଚିତ୍ର ଶିଳ୍ପରେ ମହିଳାଙ୍କ ଓ ପୁରୁଷଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଯେଉଁ ପକ୍ଷପାତତା ରହିଛି ତାହାକୁ ଘୋର୍‌ ବିରୋଧ କରନ୍ତି ମୃଣାଳ।

    ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କ‌ା ଚୋପ୍ରାଙ୍କୁ ନିଜ ପ୍ରେରଣା ବୋଲି ଭାବୁଥି‌ବା ମୃଣାଳ ତାଙ୍କର ସମସ୍ତ ସାକ୍ଷାତ୍‌କାରକୁ ଦେଖିଛନ୍ତି ଓ ପଢ଼ିଛନ୍ତି। କେବଳ ପ୍ରିୟଙ୍କା ନୁହେଁ, ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ ମିସେଲ ଓବାମାଙ୍କୁ ବି ନିଜର ପ୍ରେରଣା ବୋଲି ଭାବନ୍ତି। ଜଣେ କଳାକାର ଭାବେ ତାଙ୍କୁ ଯେଉଁ ସବୁ କଠିନତାର ସାମ୍ନା କରିବାକୁ ପଡୁଛି ସେ ଆଗାମୀ ପିଢ଼ି ସେସବୁକୁ ସହଜ କରିବାର ଇଛା ରଖିଛନ୍ତି। ୨୦୨୨ ମସିହାରେ ରିଲିଜ୍‌ ହୋଇଥିବା ସିନେମା ‘ସୀତା ରାମମ୍‌’ ସିନେମା ଜରିଆରେ ଦର୍ଶକଙ୍କ ମନ ମୋହିଥିବା ଏହି ଅଭିନେତ୍ରୀ ଆଗକୁ ଭିନ୍ନ ଭିନ୍ନ ଭାଷାରେ ଫିଲ୍ମ କରିବାର ଅଭିଳା‌ଷ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    47 %
    1.6kmh
    50 %
    Mon
    30 °
    Tue
    45 °
    Wed
    45 °
    Thu
    46 °
    Fri
    45 °

    ସମ୍ବନ୍ଧିତ