Monday, April 6, 2026
23.4 C
Odisha

    ପୂରା ପରିବାର ସହ ଅଯୋଧ୍ୟାରେ ଅମ୍ବାନୀ; ରାମ ମନ୍ଦିର ଟ୍ରଷ୍ଟ୍‌କୁ ଦାନ କରିଛନ୍ତି

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ପୂରା ପରିବାର କଡ଼ା ସୁରକ୍ଷାର ସହ ବିମାନବନ୍ଦରରୁ ଯାଇ ମନ୍ଦିରରେ ପହଞ୍ଚିଥିଲେ। ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ବାଇଁ ଆନନ୍ଦ ପରିମଲ, ପୁଅ ଆକାଶ ଓ ଅନନ୍ତ ଅମ୍ବାନୀ ଓ ବୋହୂ ‌ଶ୍ଳୋକା ମେହେଟା ଉପସ୍ଥିତ ଥିଲେ। ପୂରା ପରିବାର ଭଗବାନ ରାମଙ୍କ ଦର୍ଶନ କରିଛନ୍ତି। ମୁକେଶଙ୍କ ପରିବାରକୁ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି। ଆପଣ ଜ‌ାଣନ୍ତି କି ରାମ ମନ୍ଦିର ଟ୍ରଷ୍ଟ୍‌କୁ କେତେ ଟଙ୍କା ଦେଇଛନ୍ତି ଅମ୍ବାନୀ? ପୂରା ପରିବାର ପକ୍ଷରୁ ଅମ୍ବାନୀ ରାମ ମନ୍ଦିର ଟ୍ରଷ୍ଟ୍‌କୁ ୨.୫୧ କୋଟି ଟଙ୍କା ଦାନ କରିଛନ୍ତି।

    କେବଳ ମୁକେଶ ନୁହଁନ୍ତି, ତାଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କୁ ବି ଅ‌ଯୋଧ୍ୟା ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ଉତ୍ସବ ପାଇଁ ଅଯୋଧ୍ୟାକୁ ପୂରା ଭବ୍ୟ ତରିକାରେ ସଜା ଯାଇଥିଲା। ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଲମା ବିର୍ଲାଙ୍କୁ ମଧ୍ୟ ତାଙ୍କ ଝିଅ ସହ ସେଠାକୁ ଯାଇଥିବାର ଦେଖିବାକୁ ମିଳିଥିଲା।

    କେବଳ ଶିଳ୍ପପତି ନୁହଁନ୍ତି, ରାମଙ୍କ ପାଇଁ ଆୟୋଜିତ ଏହି ସ୍ବତନ୍ତ୍ର ଉତ୍ସବରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ବଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ବ୍ୟତୀତ ଆହୁରି ଅନେକ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ