Thursday, October 15, 2026
28 C
Odisha

    ବିଲରୁ ମିଳିଲା ଯୁବକଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗ୍ରାମର କାର୍ତ୍ତିକ ପଢିଆରୀଙ୍କ ପୁଅ ଶମ୍ବୁନାଥ ପଢିଆରୀ (୪୦)। ଶମ୍ଭୁନାଥ ଗତକାଲି ରାତି ୭ଟା ସମୟରେ ଛକକୁ ଚା ପିଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ। ତାପରେ ସେ ଘରକୁ ଫେରିନଥିଲେ। ଆଜି ପରିବାର ଲୋକେ ବିଲକୁ ଆସିଥିବା ବେଳେ ଶମ୍ଭୁଙ୍କ କ୍ଷତବିକ୍ଷତ ଶବ ବିଲରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଶମ୍ଭୁଙ୍କ ମୁହଁକୁ ଛେଚି ଦିଆଯାଇଥିବା କୁହାଯାଇଛି। ଏନେଇ ଗ୍ରାମବାସୀ କମର୍ଦ୍ଦା ପୁଲିସକୁ ଖବର ଦେଇଛନ୍ତି। ହତ୍ୟାକାଣ୍ଡର କାରଣ କ’ଣ ତାହା ଏଯାଏ ସ୍ପଷ୍ଟ ହୋଇନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ