Sunday, July 13, 2025
26 C
Odisha

    ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

    ଆଗକୁ ପଢନ୍ତୁ

    ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ ।ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    83 %
    1.7kmh
    73 %
    Sat
    26 °
    Sun
    32 °
    Mon
    26 °
    Tue
    31 °
    Wed
    33 °

    ସମ୍ବନ୍ଧିତ