Friday, September 11, 2026
26.2 C
Odisha

    ପରଲୋକରେ ନାମିବ୍ୟାର ରାଷ୍ଟ୍ରପତି ହାଗେ ଜିଙ୍ଗୋବ; କର୍କଟରୋଗରେ ଆକ୍ରାନ୍ତ ହୋଇଥିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ନାମିବ୍ୟାର ୮୨ ବର୍ଷିୟ ରାଷ୍ଟ୍ରପତି ହାଗେ ଜିଙ୍ଗୋବଙ୍କର ଦେହାନ୍ତ ହୋଇ ଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।ସେ କର୍କଟ ରୋଗରେ ପୀଡ଼ିତ ଥିବା କଥା କିଛି ସପ୍ତାହ ପୂର୍ବେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା। ୱିଣ୍ଡ୍‌ହୋକ୍‌ରେ ଥିବା ଲେଡି ପୋହାମ୍ବା ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ସେଠାରେ ଦଳେ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।କିନ୍ତୁ, କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଏକ୍ସ୍‌’ରେ ଉଲ୍ଲେଖ କରାଯାଇନାହିଁ। କିନ୍ତୁ, ଗତମାସ ଶେଷ ଆଡ଼କୁ ନାବିବ୍ୟା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂଚନା ଦେଇଥିଲା ଯେ, ସେ କର୍କଟରୋଗରେ ପୀଡ଼ିତ ବୋଲି ନିୟମିତ କରାଯାଉଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି। ତେଣୁ, ଚିକିତ୍ସା ନିମନ୍ତେ ସେ ଆମେରିକା ଯିବେ।

    ୨୦୧୪ରେ ପ୍ରଧାନମନ୍ତ୍ରୀ ଥିବା ବ‌େଳେ ସେ ଜନସାଧାରଣଙ୍କୁ କହି‌ଥିଲେ ଯେ, ସେ ‌ପୋଷ୍ଟ୍ରେଟ୍‌ କ୍ୟାନ୍‌ସର୍‌ରୁ ବର୍ତ୍ତିଯାଇଛନ୍ତି। ତା’ପର ବର୍ଷ ସେ ରାଷ୍ଟ୍ରପତି ହୋଇଥିଲେ।

    ଦକ୍ଷିଣ ଆଫ୍ରିକୀୟ ଦେଶ ନାମିବ୍ୟାରେ ଚଳିତ ବର୍ଷ ଶେଷ ଭାଗରେ ରାଷ୍ଟ୍ରପତୀୟ ଓ ସଂସଦୀୟ ନିର୍ବାଚନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ