Friday, January 9, 2026
11.7 C
Odisha

    ୨୦ରୁ ଅଧିକ ବର୍ଷ ଧରି ଭଉଣୀଙ୍କ ସହ ଯୋଗାଯୋଗରେ ନାହାନ୍ତି ନର୍ଗୀସ ଫକ୍ରି

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସିଟିରେ ନିଜ ପୂର୍ବତନ ପ୍ରେମିକଙ୍କ ଘରେ ସାଂଘାତିକ ଅଗ୍ନିକାଣ୍ଡ ଘଟାଇବା ସହ ଅଭିନେତ୍ରୀ ନର୍ଗୀସ ଫକ୍ରିଙ୍କ ଭଉଣୀ ଆଲିଆ ଫକ୍ରିଙ୍କ ବି‌ରୋଧରେ ହତ୍ୟା ଅଭିଯୋଗ ଆସିଛି। ତେବେ ଏହି ଘଟଣା ଘଟିବା ପରେ ଅଭିନେତ୍ରୀ ନର୍ଗୀସି କହିଛନ୍ତି ଯେ ସେ ତାଙ୍କ ଭଉଣୀଙ୍କ ସହ ଗତ ୨୦ ବର୍ଷ ମଧ୍ୟରେ କୌଣସି ଯୋଗାଯୋଗ ରଖିନାହାନ୍ତି। ଅନ୍ୟମାନଙ୍କ ପରି ସେ ମଧ୍ୟ ଏହି ଖବର ନ୍ୟୁଜ୍‌ ଚ୍ୟାନେଲରୁ ହିଁ ଜାଣିଛନ୍ତି ବୋଲି କହିଛନ୍ତି।

    ଓକିଲମାନେ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୨୩ ତାରିଖରେ ୪୩ ବର୍ଷୀୟା ଆଲିଆ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଯାଦବ ଘରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡରେ ତାଙ୍କ ପ୍ରେମିକଙ୍କ ସହ ପ୍ରେମିକଙ୍କ ୩୫ ବର୍ଷୀୟ ବନ୍ଧୁ ଆନାସ୍ତାସିଆ ଏଟିଏନେଙ୍କ ମୃତ୍ୟୁ ଘଟିଛି।

    ଓକିଲଙ୍କ କହିବାନୁସାରେ, ପ୍ରେମିକ ଯାଦବ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କରୁ ଓହରି ଯିବାରୁ ରାଗି ଯାଇଥିଲେ ଆଲିଆ। ସେ ରାଗରେ ନିଜର ଭାରସାମ୍ୟ ହରାଇ ଏପରି କରି ବସିଛନ୍ତି।

    ଫକ୍ରିଙ୍କ ବିରୋଧରେ ହତ୍ୟା ଓ ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଡିସେମ୍ବର ୯ ତାରିଖରେ ତାଙ୍କର ପରବର୍ତ୍ତୀ କୋର୍ଟ ଶୁଣାଣି ଧାର୍ଯ୍ୟ କରାଯାଇଛି।

    ଅଭିଯୋଗ ଅନୁଯାୟୀ, ଫକ୍ରି ସକାଳ ପ୍ରାୟ ୬.୨୦ ସମୟରେ ଘରେ ନିଆଁ ଲଗାଇ ‘ତମେ ସବୁ ଆଜି ମରିବ’ ବୋଲି କହି ଚିତ୍କାର କରୁଥିବାର ଶୁଣିବାକୁ ମିଳିଥିଲା।

    ଇଟିଏନ୍ ଶୋଇଥିବା ଯାଦବଙ୍କୁ ଜଳୁଥିବା କୋଠରୀରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଉଭୟେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସେମାନଙ୍କୁ ଜୀବନ ଚାଲି ଯାଇଥିଲା।

    ଯାଦବଙ୍କ ମା ଜାନେଟ୍ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ଯେ ତାଙ୍କ ପୁଅ ଏକ ବର୍ଷ ପୂର୍ବେ ଫକ୍ରିଙ୍କ ସହ ସମ୍ପର୍କ ଛିନ୍ନ କରିଦେଇଥିଲେ ଏବଂ ତାଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ। ହେଲେ ଫକ୍ରି ଏହାକୁ ଗ୍ରହଣ କରି ପାରୁନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    11.7 ° C
    11.7 °
    11.7 °
    33 %
    1.1kmh
    92 %
    Fri
    25 °
    Sat
    26 °
    Sun
    27 °
    Mon
    29 °
    Tue
    27 °

    ସମ୍ବନ୍ଧିତ