Thursday, September 17, 2026
30 C
Odisha

    ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ବିଜେଡି ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ସ୍ବାର୍ଥ ପାଇଁ ବିଧାନସଭାରେ ଦୃଢ଼ ଓ ସକ୍ରିୟ ବିରୋଧୀ ଦଳ ଦାୟିତ୍ବ ତୁଲାଇବ ବିଜୁ ଜନତା ଦଳ। ଏନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ବିଧାୟକମାନଙ୍କ ଦାୟିତ୍ବ ବଣ୍ଟନ କରାଯାଇଛି। ଓଡିଶା ବାସୀଙ୍କ ସ୍ୱରକୁ ବିଧାନସଭାରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ବିଜେଡି ବିଧାୟକ। ଏନେଇ ୫୦ ଜଣ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ। ରାଜା ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ବଦ୍ରି ନାରାୟଣଙ୍କୁ ମହିଳା ଓ ଶିଶୁ ବିକାଶ ,ନିରଞ୍ଜନ ପୂଜାରୀଙ୍କୁ ଗୃହ,ଅଶ୍ବନୀ କୁମାର ପାତ୍ର ବୟନ ଶିଳ୍ପ, ପ୍ରତାପ ଦେବଙ୍କୁ ଜିଏ, ଅରୁଣ ସାହୁ ଜଳ ସମ୍ପଦ, ସାରଦା ନାୟକଙ୍କୁ ଶିଳ୍ପ,  ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ବର ବେହେରାଙ୍କୁ ଇସ୍ପାତ, ବର୍ଷା ବରିହା ମିଶନ ଶକ୍ତି, ସନାତନ ମହାକୁଡ କୃଷି ଓ କୃଷକ ସଶକ୍ତିକରଣ ଭଳି ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟତ୍ବ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ