Monday, April 13, 2026
36.6 C
Odisha

    ‘ଯୁବକଙ୍କ ଆଖି ଆଜି ଅନେକ ସ୍ୱପ୍ନ ଦେଖୁଛି’

    ଆଗକୁ ପଢନ୍ତୁ

    କୋରାପୁଟ: ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନୂଆ ଉନ୍ମାଦନା, ଉତ୍ସାହ ଓ ଅସୀମ ପ୍ରେରଣା ଭରିଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମୁନିଗୁଡ଼ା ଯୁକ୍ତ ୨ କଲେଜରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା କଲ୍ୟାଣୀ ପାଢ଼ୀଙ୍କ ସଭାପତିତ୍ୱ ଓ କ୍ରୀଡ଼ା ଅଧ୍ୟାପକ ଚତୁର୍ଭୁଜ ବଞ୍ଚଛରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକା, ସମ୍ମାନିତ ଅତିଥିଭାବେ ପୂର୍ବତନ ଅଧ୍ୟକ୍ଷ ଦେବବ୍ରତ ରାଜଗୁରୁ, ସ୍ଥାନୀୟ ସରପଞ୍ଚ ସରସ୍ୱତୀ ଶବର, ଜିଲ୍ଲା ପରିଷଦ ସଦସ୍ୟ ମାଧବୀ କନ୍ଧପାଣି, ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେରା ଓ ସମାଜସେବୀ ରତନଲାଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂକୁ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ଶ୍ରୀମତୀ ପାଢ଼ୀ ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କ ଲୁକ୍କାୟିତ ପ୍ରତିଭାର ଉନ୍ମେଷ କରିବା ମୁଖ୍ୟ ବୋଲି କହିଥିଲେ । ଶେଷରେ ମୁଖ୍ୟବକ୍ତା ଏହି କାର୍ଯ୍ୟକ୍ରମ ଯୁବକଙ୍କ ଆଖିରେ ଆଜି ଅନେକ ସ୍ୱପ୍ନ ଦେଖୁଛି । ଆଉ ସେଇ ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅଭିନବ ପ୍ରୟାସ ଓ ଆହ୍ୱାନ ବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀଙ୍କୁ ନେଇ କଳା, ସଂସ୍କୃତି, ସାହିତ୍ୟ, କ୍ରୀଡ଼ା, ରଙ୍ଗୋଲି, ମେହିନ୍ଦି ଓ ବିଭିନ୍ନ ସାମାଜିକ ସଚେତନଧର୍ମୀ କାର୍ଯ୍ୟକ୍ରମ କଲେଜ ପରିସର ଓ ମୁନିଗୁଡ଼ା ଅଞ୍ଚଳରେ ଆୟୋଜିତ ହେବ । ଏହି ଅବସରରେ ନିମନ୍ତ୍ରିତ ଅତିଥିଭାବେ ଆମ ଓଡ଼ିଶା, ନବୀନ ଓଡ଼ିଶା ବ୍ଲକ କୋଡ଼ିନେଟର ସୀମାଞ୍ଚଳ ଦାସ, ବୃନ୍ଦାବନ ପାଢ଼ୀ, ଭରତ ଭୋଇ, ସାମ୍ବାଦିକ ମନୋରଞ୍ଜନ ଦଳାଇ, ନନ୍ଦକିଶୋର ପଟ୍ଟନାୟକ, ଧନୁ କୁସୁଳିଆ ଓ ଗୁପ୍ତ କୁଶୁଲିଆ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ