Saturday, October 3, 2026
24.8 C
Odisha

    ମଦଭାଟିରୁ କଳା ଟଙ୍କା ଜବତ ହେବା ବିଜେଡ଼ି ପାଇଁ କେଉଁ ଗର୍ବର କଥା ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୬.୧୨.୨୦୨୩ – ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓଡ଼ିଶାରେ ବିଗତ ଦିନ ମାନଙ୍କରେ କଣ କଣ ଘଟଣାମାନ ଘଟିଛି, ତାହା ଉପରେ ବୋଧହୁଏ ଆତ୍ମସମୀକ୍ଷା କରିବା ପାଇଁ ଅସମର୍ଥ ଅଟନ୍ତି । ଯେଉଁଭଳି ଭାବେ ଦେଶୀ ମଦଭାଟିରୁ କଳା ଟଙ୍କାର ବିପୁଳ ପାହାଡ ଜମା ହେଲା ,ଏଥିରେ ରାଜ୍ୟ ସରକାରଙ୍କ ମଦ ମାଫିଆ ମାନଙ୍କ ପ୍ରତି ପ୍ରୀତି ତଥା ମଦ ସମ୍ରାଟ “ସାହୁ ବ୍ରଦର୍ସ ଆଣ୍ଡ କୋ” ଉପରେ ଥିବା ଆଶୀର୍ବାଦ ଜଳ ଜଳ ହୋଇ ପ୍ରମାଣିତ ହୋଇସାରିଛି ବୋଲି ବିଜେଡିର ପ୍ରେସ ବିଜ୍ଞପ୍ତିର ପ୍ରତିକ୍ରିୟାରେ କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ବିଗତ ୨୪ ବର୍ଷ ଶାସନରେ ଚିଟଫଣ୍ଡ ଭଳି ମହାଦୁର୍ନୀତିରେ ଓଡ଼ିଶାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ତାଙ୍କର ବର୍ଷ ବର୍ଷର ସଞ୍ଚିତ ଅର୍ଥ ହରାଇଲେ । ଚିଟଫଣ୍ଡ ଦୁର୍ନୀତି ଓଡ଼ିଶାକୁ ତଳିତଳାନ୍ତ କରିଦେଲା । ଆଦିବାସୀଙ୍କ ଜମିକୁ ମାଫିଆ ମାନଙ୍କ ହାତରେ ଟେକି ଦେବାର ଷଡଯନ୍ତ୍ର କରାଗଲା । ଦିବାଲୋକରେ ଜଣେ କ୍ୟାବିନେଟ ମନ୍ତ୍ରୀ ପୋଲିସ ଗୁଳିରେ ହତ୍ୟାର ଶିକାର ହେଲେ, ଯାହା ଓଡ଼ିଶା ଇତିହାସରେ କେବେ ଘଟିନଥିଲା । ଖଣି ଦୁର୍ନୀତିରେ ୫୪, ୦୦୦ କୋଟି ଟଙ୍କାର ରାଜସ୍ୱ ଲୁଟ ହେଲା । କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା । ବ୍ରହ୍ମ ବିଭ୍ରାଟ ହେବା ସହ ଦିନରେ ବ୍ରହ୍ମ ପରିବର୍ତ୍ତନ କରାଗଲା । ଏ ସବୁ ଘଟଣା ଅତୀତ ଓଡ଼ିଶାରେ କେବେ ହୋଇନଥିଲା । ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦେଇ ବୋଲଡୋଜର ଚଢାଇ ଦିଆଗଲା । ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନା ଆଜି ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି । ଅଧା ଓଡ଼ିଶା ଦାଦନ ଯନ୍ତ୍ରଣା ଭୋଗୁଛି । ଏ ସବୁ ଘଟଣା ଅତୀତ ଓଡ଼ିଶାରେ କେବେ ହୋଇନଥିଲା । ଏହି ଘଟଣାକୁ ନେଇ ବିଜେଡି ମୁଖପାତ୍ର ଗର୍ବ କରୁଛନ୍ତି କି ବୋଲି ସୂର୍ଯ୍ୟବଂଶୀ ପ୍ରଶ୍ନ କରିଛନ୍ତି ।

    ଦୀର୍ଘ ୨୪ ବର୍ଷରେ କୌଣସି ଦେଶୀ ମଦ ଓ ମହୁଲି ମଦର ଲାଇସେନ୍ସର ରିଅକ୍ସନ ବା ରିଟେଣ୍ଡରିଙ୍ଗ ହୋଇନାହିଁ । ମଦ ମାଫିଆଙ୍କ ସ୍ୱାର୍ଥରେ ଓଡିଶା ସରକାର ଏହାର ପୁନଃ ନିଲାମ ପ୍ରକିୟା କରିଲେ ନାହିଁ । ଯାହା ଫଳରେ ମଦ ମାଫିଆମାନେ ଆହୁରି ମାଲାମାଲ ହେଲେ ଆଉ ଏପଟେ ରାଜ୍ୟ ସରକାର ୫୦ ହଜାର କୋଟି ଟଙ୍କାର ଦୁର୍ନୀତି କରି ଓଡିଶାରେ ମଦର ମହାନଦୀ ତିଆରି କଲେ । ଓଡ଼ିଶା ମାଟିର ପୁଅ ହିସାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଦ ଭଳି ସମାଜିକ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିବା କଣ ଭୁଲ ହୋଇଗଲା କି ? ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେଡି ଏହି ଦେଶୀମଦ ଭାଟିର ମଦ ମାଫିଆଙ୍କ ସପକ୍ଷରେ ଯୁକ୍ତି ବାଢୁଛି ବୋଲି ଧାମନଗର ବିଧାୟକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ