Saturday, June 13, 2026
34.8 C
Odisha

    ଭଲ ଖବର: ଇଂଲଣ୍ଡ ଟେଷ୍ଟ ସିରିଜ ସୁଦ୍ଧା ଫିଟ୍ ହୋଇଯିବେ ଋଷଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟ୍ସମେନ୍ ଋଷଭ ପନ୍ତ ପଡ଼ିଆକୁ ଫେରିବା ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଇଂଲଣ୍ଡ ବିରୋଧରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଋଷଭ ମ୍ୟାଚ୍ ଫିଟନେସ ସମ୍ପୂର୍ଣ୍ଣ ରୂପେ ହାସଲ କରିନେବେ । କିନ୍ତୁ ଋଷଭ ଏହି ଟେଷ୍ଟ ସିରିଜ ଖେଳିବେନି ବୋଲି ସୂଚନା ମିଳିଛି ।ରିପୋର୍ଟ ମୁତାବକ, ଋଷଭ ପନ୍ତଙ୍କ ଗୋଡ଼ ଓ ଆଣ୍ଠୁ ଦିନକୁଦିନ ଭଲ ହେବାରେ ଲାଗିଛି । ଷ୍ଟମ୍ପ ପଛରେ ୱିକେଟକିପରଙ୍କ ପାଇଁ ହେଉଥିବା ସିଟ-ଅପ ଡ୍ରିଲ୍ସରେ ମଧ୍ୟ ଭଲ ସଙ୍କେତ ମିଳିଛି । ତାଙ୍କ ଫିଟନେସ ଲେଭଲରେ ହେଉଥିବା ପ୍ରଗତିକୁ ଦେଖି ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ପଡ଼ିଆକୁ ଫେରିବେ ବୋଲି ଆଶା କରାଯାଉଛି । ବିସିସିଆଇ ଋଷଭଙ୍କ କ୍ଷେତ୍ରରେ କୌଣସି ଅବହେଳା କରିବାକୁ ଚାହୁଁନି । ସେଥିପାଇଁ ଋଷଭ ଏବେ ସିଧାସଳଖ ଆଇପିଏଲ ୨୦୨୪ରେ ପଡ଼ିଆକୁ ଓହ୍ଲାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.8 ° C
    34.8 °
    34.8 °
    39 %
    1.9kmh
    66 %
    Sat
    34 °
    Sun
    42 °
    Mon
    41 °
    Tue
    44 °
    Wed
    41 °

    ସମ୍ବନ୍ଧିତ