Thursday, September 17, 2026
30 C
Odisha

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।  ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଆପଣଙ୍କ ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନେତୃତ୍ୱରେ ଆମର ପ୍ରିୟ ଦେଶ ବିକାଶର ନୂତନ ସୋପାନରେ ପହଞ୍ଚୁ। କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା। ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡ଼ିଶାର ଲୋକଙ୍କ ପାଇଁ ଆପଣମାନଙ୍କର ସମ୍ପୃକ୍ତ ମନ୍ତ୍ରଣାଳୟରେ ଆପଣମାନଙ୍କୁ ବଡ଼ ସଫଳତା କାମନା କରୁଛି। ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ