Saturday, October 10, 2026
22.4 C
Odisha

    ନକ୍ସଲଙ୍କ ବନ୍ଦ ପାଳନ କିଛି ସ୍ଥାନରେ ସଫଳ

    ଆଗକୁ ପଢନ୍ତୁ

    ମାଲକାନଗିରି: ଗତ ୧୬ ତାରିଖରେ ଛତିଶଗଡର କାଂକେର ଜିଲ୍ଲାର ଛୋଟେବେଠିଆ ଅଂଚଳରେ ନକ୍ସଲ ସହ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଉତ୍ତର ବସ୍ତର ମାଓ ସଂଗଠନ ମଧ୍ୟ ଏହି ଗୁଳିବିନିମୟକୁ ସ୍ବୀକାର କରିବା ସହ ସେମାନଙ୍କର ୨୯ ଜଣ ସାଥି ମୃତ୍ୟୁବରଣ କରିଥିବା ପରିଚୟ ପ୍ରଦାନ କରିଥିଲେ।ତେବେ ଏହାକୁ ନରହତ୍ୟାର ରୂପ ଦେବା ସହ ୨୫ ତାରିଖରେ କାଂକେର, ନାରାୟଣପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଗୁରୁବାର କାଂକେର ଏବଂ ନାରାୟଣପୁର ସହରରେ କୌଣସି ପ୍ରଭାବ ପଡିନଥିବା ବେଳେ ଅନ୍ୟ ସ୍ଥାନଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।ଆଜି ସକାଳୁ ହିଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।କେବଳ ଜରୁରୀକାଳୀନ ଗାଡିକୁ ଯିବାକୁ ନକ୍ସଲ ଅନୁମତି ଦେଇଥିଲେ। ବନ୍ଦକୁ ସଫଳ କରିବାକୁ ନକ୍ସଲ ଆହ୍ବାନ ଦେଇଥିଲେ। ତେଣୁ ଲୋକ ନିଜ ଆଡୁ ଏହି ବନ୍ଦକୁ ସମର୍ଥନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ