Friday, October 16, 2026
26.1 C
Odisha

    ମାଓ ସଂଗଠନର ପ୍ରେସ ବିଜ୍ଞପ୍ତି ଜାରି: ସେପ୍ଟେମ୍ବର ୯ରେ ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ମାଲକାନଗିରି: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ଭଦ୍ରାଦ୍ରୀ କୋଥାଗୁଡେମ୍-ଆଲୁରି ସୀତାରାମରାଜୁ ଡିଭିଜନ୍ କମିଟି (ବିକେ-ଏଏସଆର)ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ତେଲେଙ୍ଗାନାରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିବା ପାଇଁ ସାଧାରଣ ଜନତାଙ୍କୁ ସଂଗଠନ ଆହ୍ବାନ ଦେଇଛି। ରଘୁନାଥପାଲେମ୍ ଏନକାଉଣ୍ଟର ଏକ ବୈପ୍ଲବିକ ଦେଶଦ୍ରୋହୀଙ୍କ କାର୍ଯ୍ୟ।ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ହେବା ଉଚିତ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ଏହି ମୁକାବିଲା ଅପରେସନ୍ ‘କଗାର‘ର ଏକ ଅଂଶ ବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ।ଦଳ ବିଲୋପ ପାଇଁ ଛତିଶଗଡ ଏବଂ ତେଲେଙ୍ଗାନା ସରକାର ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବଳିଦାନ ପାଇଁ ଆମ ଦଳ ନୂଆ ନୁହେଁ। ଶୋଷଣରୁ ମୁକ୍ତ ରାଜ୍ୟ ପାଇଁ ହଜାର ହଜାର ସାଥୀମାନେ ରାଜ୍ୟ ସହିତ ଯୁଦ୍ଧ କରିସାରିଛନ୍ତି। ଦଳକୁ ଧ୍ୱଂସ କରିବା ପାଇଁ ଦୁଇ ସରକାର କରୁଥିବା ହତ୍ୟାକାଣ୍ଡକୁ ଲୋକମାନେ ଦେଖୁଛନ୍ତି। ମାଓବାଦୀ ଦଳ ଏଭଳି ନକଲି ଏନକାଉଣ୍ଟର ଏବଂ ଆକ୍ରମଣକୁ ଭୟ କରନ୍ତି ନାହିଁ। ଶାସକ କଂଗ୍ରେସ ଦଳ ମଧ୍ୟ ରଘୁନାଥ ପାଲାମ ଏନକାଉଣ୍ଟର ପାଇଁ ସମ୍ପୂର୍ଣ୍ଣ ଦାୟୀ ହେବା ଉଚିତ ବୋଲି କୁହାଯାଇଛି। ଆମେ ଶୀଘ୍ର ଆମର ସାଥୀମାନଙ୍କ ରକ୍ତର ଜବାବ ଦେବୁ ବୋଲି ଚେତାବନୀ ଦେଇଛନ୍ତି।ଏହି ଏନକାଉଣ୍ଟରରେ ଡିଭିଜନ୍ କମିଟି ସଦସ୍ୟ କମ୍ରେଡ ଲାଚାନ୍ନା,ଲାଚାନ୍ନାଙ୍କ ପତ୍ନୀ ସାଥୀ ତୁଲସୀ,ପାର୍ଟି ସଦସ୍ୟ ସାଥୀ ରାମ,ପାର୍ଟି ସଦସ୍ୟ କମ୍ରେଡ କୋସି,ପାର୍ଟି ସଦସ୍ୟ କମ୍ରେଡ ଗଙ୍ଗାଲ, ଦଳର ବରିଷ୍ଠ ସଦସ୍ୟ ସାଥୀ ଦୁର୍ଗେଶ ସମେତ ଜଣେ ଗାଁ ମୁଖିଆଙ୍କୁ ମଧ୍ୟ ପୁଲିସ ହତ୍ୟା କରିଥିବା ସୂଚନା ଦିଆଯାଇଛି। ଦଳ ଶହୀଦ ସାଥୀମାନଙ୍କୁ ବୈପ୍ଲବିକ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି କୁହାଯାଉଛି। ଆସନ୍ତା ୯ ତାରିଖରେ ରଘୁନାଥପାଲେମ ଏନକାଉଣ୍ଟରକୁ ବିରୋଧ କରି ବନ୍ଦ ଆହ୍ବାନ କରିଛି ନେଇ ସଚିବ ଆଜାଦ୍ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ