Monday, June 1, 2026
29 C
Odisha

    ଉପେନ୍ଦ୍ର ଦ୍ବିବେଦୀ ନୂଆ ସେନା ମୁଖ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରବର୍ତ୍ତୀ ସେନା ମୁଖ୍ୟ ହେବେ । ଏଥିନେଇ ମଙ୍ଗଳବାର ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୩୦ ତାରିଖରେ ସେ ବର୍ତ୍ତମାନ ସେନା ମୁଖ୍ୟ ରହିଥିବା ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ବୋଲି କୁହାଯାଇଛି। ରେୱା ସୈନିକ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଦ୍ବିବେଦୀ ୧୯୮୪ ମସିହାରେ ଜମ୍ମୁ କାଶ୍ମୀର ରାଇଫଲ୍ସ ଡିଭିଜନରେ ଯୋଗ ଦେଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ଦ୍ବିବେଦୀଙ୍କ ଦୀର୍ଘ ୩୯ ବର୍ଷର ଅଭିଜ୍ଞତା ରହିଛି। ସେ ନର୍ଦଣ୍ଣ କମାଣ୍ଡର ଭାବେ କାର୍ଯ୍ୟ କରିବା ସହିତ ଇନଫେଣ୍ଟ୍ରି ଡିଭିଜନର ଡିଜି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    62 %
    1.8kmh
    70 %
    Mon
    29 °
    Tue
    40 °
    Wed
    41 °
    Thu
    40 °
    Fri
    41 °

    ସମ୍ବନ୍ଧିତ