Saturday, July 27, 2024
24.8 C
Odisha

    ଲାଗୁ ହେଲା ଡ୍ରେସ କୋଡ୍, ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ମନା

    ଆଗକୁ ପଢନ୍ତୁ

    ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସଜେଇ ହୋଇଛି ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ସେପଟେ ଶ୍ରୀମନ୍ଦିରରେ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ । ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇଥିଲେ ମନ୍ଦିର ଯାଇପାରବେନି ଶ୍ରଦ୍ଧାଳୁ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଯାଉଥିବା ଶ୍ରଦ୍ଧାଳୁ ଆଉ ହନ୍ତସନ୍ତ ହେବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଶୀତତାପ ନିୟନ୍ତ୍ରିତ ସେଡ୍ ବା ଏସି ଟନେଲ ଦେଇ ଯିବେ ଶ୍ରଦ୍ଧାଳୁ ।
    ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏସି ଟନେଲକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି । ୧୨ମିଟର ଚଉଡା ଓ ୮୪ ମିଟର ଲମ୍ବ ବିଶିଷ୍ଟ ଏସି ଟନେଲରେ ରହିଛି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ବସିବା ପାଇଁ ବେଂଚର ବ୍ୟବସ୍ଥା ରହିଛି । ଏସି ଟନେଲ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ହୋଇଥିବା ଜର୍ମାନୀ ହ୍ୟାଙ୍ଗର ବ୍ୟବସ୍ଥା କରାଯାଇଛି । ଏହି ହ୍ୟାଙ୍ଗରରେ ରେଲିଂ, ଏସି, ସିସିଟିଭି, ବସିବା ପାଇଁ ବେଂଚ, ପିଇବା ପାଣି, ଜୋତା, ଷ୍ଟାଣ୍ଡ, ଟଏଲେଟର ବ୍ୟବସ୍ଥା ରହିଛି । ସେହିପରି ଏସି ଟନେଲ ଭିତରେ ଆଧାତ୍ମିକ ପରିବେଶର ଅନୁଭବ ପାଇଁ ଉପର ଅଂଶରେ ରହିଛି ରଥଚକର ସିମ୍ବଲ । ଯାହା ନିଆରା ଅନୁଭୂତି ଆଣିଦେବ ବୋଲି କହିଛି ପ୍ରଶାସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ