Saturday, July 27, 2024
24.6 C
Odisha

    ୨୦୨୩କୁ ବିଦାୟ, ନୂଆ ବର୍ଷ ୨୦୨୪କୁ ସ୍ୱାଗତ

    ଆଗକୁ ପଢନ୍ତୁ

    ୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ , ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ଗଛରେ ରଙ୍ଗବେରଙ୍ଗର ବେଲୁନ ସାଙ୍ଗକୁ ଚମକ୍ରାର ଢଙ୍ଗରେ ସାଜସଜ୍ଜା କରି ରାତି ୧୨କୁ ଅପେକ୍ଷା କରିଛନ୍ତି ଲୋକେ । ନୀଚ ଗୀତରେ ସମଗ୍ର ଦିଲ୍ଲୀ ସହର ଉତ୍ସବମୁଖର ହୋଇପଡିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଂଟରେ ଚାଲିଛି ନାଚ ଗୀତରେ ଆସର । ନୂଆ ବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରିବା ପାଇଁ ସହରର ଲୋକେ ବିଭିନ୍ନ ସ୍ଥାନରେ ଏକାଠି ହୋଇଛନ୍ତି । ଚେନ୍ନାଇର ଗ୍ରେଟର ଚେନ୍ନାଇ କର୍ପୋରେସନ ବିଲଡିଂକୁ ସୁନ୍ଦର ଆଲୋକରେ ସଜାଯାଇଛି । ସହର ବିଭିନ୍ନ ସ୍ଥାନରେ ଲୋକେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇ ଭୋଜିଭାତ କରିବା ସହ ନାଚଗୀତରେ ମସଗୁଲ ଅଛନ୍ତି ।

    ୨୦୨୩କୁ ବିଦାୟ, ନୂଆ ବର୍ଷକୁ ସ୍ୱାଗତ । ୨୦୨୪କୁ ସ୍ୱାଗତ ଜଣାଇଲେ ବିଶ୍ୱବାସୀ । ସାରା ଦେଶରେ ଉତ୍ସବର ମାହୋଲ
    ନ୍ୟୁଜ୍
    By Babbage On Jan 1, 2024 – 7:27 AM Last updated Jan 1, 2024 – 7:32 AM

    77
    Share
    କନକ ବ୍ୟୁରୋ : ୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ , ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ଗଛରେ ରଙ୍ଗବେରଙ୍ଗର ବେଲୁନ ସାଙ୍ଗକୁ ଚମକ୍ରାର ଢଙ୍ଗରେ ସାଜସଜ୍ଜା କରି ରାତି ୧୨କୁ ଅପେକ୍ଷା କରିଛନ୍ତି ଲୋକେ । ନୀଚ ଗୀତରେ ସମଗ୍ର ଦିଲ୍ଲୀ ସହର ଉତ୍ସବମୁଖର ହୋଇପଡିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଂଟରେ ଚାଲିଛି ନାଚ ଗୀତରେ ଆସର । ନୂଆ ବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରିବା ପାଇଁ ସହରର ଲୋକେ ବିଭିନ୍ନ ସ୍ଥାନରେ ଏକାଠି ହୋଇଛନ୍ତି । ଚେନ୍ନାଇର ଗ୍ରେଟର ଚେନ୍ନାଇ କର୍ପୋରେସନ ବିଲଡିଂକୁ ସୁନ୍ଦର ଆଲୋକରେ ସଜାଯାଇଛି । ସହର ବିଭିନ୍ନ ସ୍ଥାନରେ ଲୋକେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇ ଭୋଜିଭାତ କରିବା ସହ ନାଚଗୀତରେ ମସଗୁଲ ଅଛନ୍ତି ।
    ୨୦୨୪କୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ଲୋକେ । ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ଭୁବନେଶ୍ୱର, କଟକ , ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ