Sunday, March 29, 2026
39.1 C
Odisha

    ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ: ହାଇକୋର୍ଟରେ ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି

    ଆଗକୁ ପଢନ୍ତୁ

    କଟକ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗହୀରମଥା ଋଷିକୂଲ୍ୟାରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ନେଇ ମାମଲା ହାଇକୋର୍ଟରେ ଜାରି ରହିଛି। ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଦେଇଛନ୍ତି। ସବୁ ମାଛ ଧରା ବୋଟ୍‌ରେ ଜିପିଏସ୍‌ ଲାଗିଲା କି ନାହିଁ? ମେରାଇନ୍ ଥାନାରେ ପର୍ଯ୍ୟାପ୍ତ ପରିମାଣର ପୁଲିସ ଅଛନ୍ତି କି ନାହିଁ? ନିଷେଧାଞ୍ଚଳ ଭିତରକୁ ଯାଉଥିବା ବୋଟ୍ ଉପରେ ନଜର ରଖିବ ମେରାଇନ ପୁଲିସ। ଏସବୁ ନେଇ ସବିଶେଷ ତଥ୍ୟ ସତ୍ୟପାଠରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ହାଇକୋର୍ଟ ନିଜ ଆଡୁ ଏହି ମାମଲା କରିଥିଲେ।ହାଇକୋର୍ଟଙ୍କ ଦ୍ଵାରା ଗଠିତ ତିନି ଜଣିଆ ଟିମ୍ ପୂର୍ବରୁ ରିପୋର୍ଟ ଦେଇଥିଲେ। ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ସହ ମତ୍ସ୍ୟଜୀବୀଙ୍କ ଜୀବିକା ବଞ୍ଚିକି ରହୁ ବୋଲି ଟିମ୍‌ କହିଥିଲେ। ଏହା ଗହୀରମଥା ଓ ଋଷିକୁଲ୍ୟା ନଦୀ ମୁହାଣକୁ ସୁରକ୍ଷିତ ରଖାଯାଉ। ମାଛ ଧରିବା ପାଇଁ ଯେଉଁ ସମୟରେ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଲଗାଯାଉଛି ସେହି ସମୟରେ ମନରେଗାରେ ସେମାନଙ୍କୁ କାମ ଦିଆଯାଉ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ