Thursday, April 2, 2026
38.5 C
Odisha

    ଆମେରିକା, କାନାଡା ଓ ଲଣ୍ଡନରେ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ କରିଥିବା ୪୩ସନ୍ଦିଗ୍ଧଙ୍କୁ ଚିହ୍ନଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଆମେରିକା, ଲଣ୍ଡନ ଏବଂ କାନାଡାରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏ ଏପର୍ଯ୍ୟନ୍ତ ଏହି ମାମଲାରେ ୪୩ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା। ପରେ କ୍ରାଉଡ୍ ସୋର୍ସିଂ ମାଧ୍ୟମରେ ଏନଆଇଏ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦ରୁ ଅଧିକ ଚଢ଼ଉ କରି ୮୦ଜଣଙ୍କୁ ପଚରାଉଚରା କରିଛି ଏନଆଇଏ ।
    ଚଳିତ ବର୍ଷ ମାର୍ଚ୍ଚ ୧୯ରେ ଲଣ୍ଡନରେ ଏବଂ ଜୁଲାଇ ୨ରେ ସାନ ଫ୍ରାନ୍ସିସ୍କୋରେ ଖଲିସ୍ତାନୀମାନେ ଦୁଇଥର ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଲଣ୍ଡନରେ ମାର୍ଚ୍ଚ ୧୯ରେ ଏକ ବିରୋଧ ପ୍ରଦର୍ଶନ ସମୟରେ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ କରାଯାଇଥିଲା। ଏବେ ଉଭୟ ମାମଲାର ତଦନ୍ତ କରୁଛି ଏନଆଇଏ। ଏହା ସହ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦିଆଯାଉଥିବା ଫଣ୍ଡିଂ ଉପରେ ମଧ୍ୟ ଏନଆଇଏ ଯାଞ୍ଚ କରୁଥିବା ଜଣାପଡ଼ିଛି।

    ଉଲ୍ଲେଖଯୋଗ୍ୟ, କାନାଡ଼ାରେ ଭାରତ ଦ୍ବାରା ଆତଙ୍କବାଦୀ ଘୋଷିତ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରି ତାହା ବିରୋଧରେ ଖଲିସ୍ତାନୀମାନେ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ କରିଥିଲେ। ଏହା ସହ କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା ଏବଂ ଅଷ୍ଟ୍ରେଲିଆ, କାନାଡ଼ା ଓ ଆମେରିକାର ଭାରତୀୟ କୂଟନୀତିଜ୍ଞମାନଙ୍କୁ ଖଲିସ୍ତାନୀ ପୋଷ୍ଟର ମାଧ୍ୟମରେ ଧମକ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ