Saturday, September 26, 2026
24.5 C
Odisha

    ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତୀୟ ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ରାମୋଜୀ ରାଓଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

    ଭାରତୀୟ ସିନେମା ଜଗତର ଜଣେ ପରିଚିତ ନିର୍ମାତା ଓ ପ୍ରଯୋଜକ ଥିଲେ ରାମୋଜୀ ରାଓ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସେ ଅନେକ ସୁପରହିଟ୍ ସିନେମା ଦେଇଛନ୍ତି। ବିଶେଷକରି, ରାମୋଜୀ ଫିଲ୍ମ ସିଟି ଭଳି ଦେଶର ଏକ ଅଭିନବ ଫିଲ୍ମ ଷ୍ଟୁଡିଓ ପ୍ରତିଷ୍ଠା କରି ସେ ଆମ ସିନେ ଜଗତକୁ ଏକ ବହୁତ ବଡ଼ ଭେଟି ଦେଇଥିଲେ।

    ଭାରତୀୟ ନ୍ୟୁଜ ମିଡିଆରେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ରାମୋଜୀ ରାଓ। ତେଲୁଗୁ ଭାଷାରେ ସେ ଈନାଡୁ ଭଳି ଏକ ବହୁ ସଂସ୍କରଣ ବିଶିଷ୍ଟ ପ୍ରଭାବଶାଳୀ ଖବରକାଗଜ ଠିଆ କରିଥିଲେ। ପରବର୍ତ୍ତୀ ସମୟରେ ଈନାଡୁ ନେଟୱର୍କ ଅଧୀନରେ ବିଭିନ୍ନ ଭାରତୀୟ ଭାଷାରେ ଟେଲିଭିଜନ ଚ୍ୟାନେଲ ଖୋଲି ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ।

    ଭାରତର ଆଞ୍ଚଳିକ ଟେଲିଭିଜନର ପ୍ରସାର କ୍ଷେତ୍ରରେ ଈଟିଭି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉଭୟ ମନୋରଞ୍ଜନ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଦେଶରେ ଏକ ବିପ୍ଲବ ଆଣିଥିଲା ଏହି ମିଡିଆ ନେଟୱର୍କ।

    ଓଡ଼ିଶାର ଗଣମାଧ୍ୟମ ବିଶେଷକରି, ମନୋରଞ୍ଜନ ଏବଂ ନ୍ୟୁଜ ମିଡିଆ ଉଭୟର ପ୍ରସାର କ୍ଷେତ୍ରରେ ରାମୋଜୀ ରାଓଙ୍କ ଭୂମିକା ସ୍ମରଣୀୟ। ସେ ଆମକୁ ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ପ୍ରଥମ ଓଡ଼ିଆ ୨୪ ଘଣ୍ଟିଆ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଉପହାର ଦେଇଥିଲେ। ଈଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ଆଜି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟ ପରିସରକୁ ସମୃଦ୍ଧ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    3.1kmh
    100 %
    Fri
    25 °
    Sat
    29 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ