Saturday, July 27, 2024
24.6 C
Odisha

    ପରଲୋକରେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀରେ ହେବ ଶେଷକୃତ୍ୟ

    ଆଗକୁ ପଢନ୍ତୁ

    ବିଶିଷ୍ଟ ଭଜନଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥଙ୍କ ହଜାର ହଜାର ଭଜନ ଗାଇ ସେ ଓଡିଆଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀସ୍ଥିତ ବାସଭବନକୁ ଅଣାଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଶାନ୍ତିଲତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ନିଜ ଜୀବନକାଳ ଭିତରେ ଶାନ୍ତିଲତା ବାରିକ ଅନେକ ଲୋକପ୍ରିୟ ଭଜନ ଗାଇଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ଅନେକ ପ୍ରଂଶସକ ରହିଛନ୍ତି । ୨୦୧୧ରେ ସେ ଅସୁସ୍ଥ ହୋଇପଡିଥିଲେ । ସେତେବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା । ତା ପରଠୁ ସେ ନିୟମିତ ଔଷଧ ଖାଉଥିଲେ । କୋଭିଡ ପରେ ୨୦୨୨ରେ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଶାନ୍ତିଲତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କ ଭଜନ ତାଙ୍କୁ ଅମର କରି ରଖିବ । ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଶୋକ ପ୍ରକାଶ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ