Thursday, April 2, 2026
25.4 C
Odisha

    କେପ୍‌ଟାଉନ୍‌ ବିଜୟରେ ଓଡ଼ିଶା ସଂଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେପ୍‌ଟାଉନ୍‌ ଟେଷ୍ଟକୁ ୭ ୱିକେଟ୍‌ରେ ଜିତି ଭାରତ ଡବ୍‌ଲ୍ୟୁଟିସି ତାଲିକାର ଶୀର୍ଷକୁ ଉଠିଛି। ଏହି ବିଜୟ ପଛରେ ଓଡ଼ିଶାର ଏକ ବଡ଼ ସଂଯୋଗ ରହିଛି। ଭାରତୀୟ ଦଳର ପ୍ରବନ୍ଧକ ଭାବେ ମାଲକାନଗିରିର ସତ୍‌ବୀର୍‌ ସିଂହ ରିଆର୍‌ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ଥିଲେ। ପୂର୍ବରୁ ଘରୋଇ କ୍ରିକେଟ୍‌ରେ ଓଡ଼ିଶା କନିଷ୍ଠ ଦଳର ପ୍ରବନ୍ଧକ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି। ହେଲେ ଏହା ତାଙ୍କର ପ୍ରଥମ ଆନ୍ତର୍ଜାତିକ ଅଭିଜ୍ଞତା ହୋଇଥିଲା। ଅନ୍ୟପକ୍ଷରେ ଭାରତୀୟ ଦଳର ପ୍ରବନ୍ଧକ ନିଯୁକ୍ତ ହେବାରେ ଓଡ଼ିଶାରୁ ସେ ତୃତୀୟ ବ୍ୟକ୍ତି ହୋଇଛନ୍ତି। ପୂର୍ବରୁ ଓସିଏର ପୂର୍ବତନ ସଭାପତି ତଥା କ୍ରିକେଟର୍‌ ରଂଜୀବ ବିଶ୍ବାଳ ଭାରତୀୟ ଦଳର ସଫଳ ପ୍ରବନ୍ଧକ ଭାବେ ଏକାଧିକ ଶୃଙ୍ଖଳାରେ ଦଳ ସହିତ ଭ୍ରମଣ କରିଛନ୍ତି। ୨୦୧୧ ଦିନିକିଆ ବିଶ୍ବକପ୍‌ ‌ବିଜେତା ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳର ପ୍ରବନ୍ଧକ ଥିଲେ ରଂଜୀବ। ପରେ ତାଙ୍କୁ ଆଇପିଏଲ୍‌ ପରିଚାଳନା ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ତାଙ୍କ ପରେ କଟକ ମଙ୍ଗଳା କ୍ଲବ୍‌ ସମ୍ପାଦକ ଶିବବ୍ରତ ମଲ୍ଲିକ ଗତ ବର୍ଷ ଜାନୁଆରିରେ ନ୍ୟୁଜିଲାଣ୍ଡର ଭାରତ ଗସ୍ତ ସମୟରେ ଭାରତୀୟ ଦଳର ପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ