Thursday, September 24, 2026
24.5 C
Odisha

    ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

    ଆଗକୁ ପଢନ୍ତୁ

    କଟକ: ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଯେହେତୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି ଏବଂ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଛି। ତେଣୁ ତଦନ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ହାଇକୋର୍ଟ।ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଥାନାରେ ସି ସି ଟିଭି ପ୍ରସଙ୍ଗରେ ରିପୋର୍ଟ ତଲବ ବି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।ଏଭଳି ଘଟଣା ଯେପରି ପୁଣି ନ ଘଟେ, ସରକାର ସେଥିପ୍ରତି ଦୃଷ୍ଟି ଦେବାକୁ ବି ତାଗିଦ୍ କରିଛନ୍ତି।

    ଏଣେ ବିଚାର ବିଭାଗୀୟ ତଦନ୍ତ, କ୍ରାଇମ୍ ବ୍ରାଞ୍ଚକୁ ତିନି ଅଭିଯୋଗର ତଦନ୍ତ ଓ ପୋଲିସଙ୍କ ନିଲମ୍ବନ ସଂକ୍ରାନ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସରକାର ଅବଗତ କରିଛନ୍ତି।ଓଡ଼ିଶାର ୬୫୦ରୁ ୫୭ ଥାନାରେ ସିସିଟିଭି ନାହିଁ। ଭରତପୁର ଥାନାରେ ସିସିଟିଭି ନ ଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ  ସିସିଟିଭି ବ୍ୟବସ୍ଥା ନେଇ ପୁଲିସ ଆଧୁନିକୀକରଣ ଲାଗି ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୯ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।ଆଗକୁ ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ନାଁ ବାହାରେ ପ୍ରକାଶ ନ କରିବାକୁ ତାଗିଦ୍ ବି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।ଏଣେ ଏହି ମାମଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରଶଂସା କରିଥିବା ନେଇ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    97 %
    2.7kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ