Tuesday, March 31, 2026
26.8 C
Odisha

    ତୈଳ ଟ୍ୟାଙ୍କର୍ ‘ପ୍ରେଷ୍ଟିଜ୍ ଫାଲକନ୍’ ଓମାନ ଉପକୂଳରେ ବୁଡ଼ିଲା: ୧୩ ଜଣ ଭାରତୀୟ ନିଖୋଜ

    ଆଗକୁ ପଢନ୍ତୁ

    ମ୍ୟୁସକାଟ: ଓମାନ ଉପକୂଳରେ ବୁଡ଼ିଯାଇଥିବା କ୍ୟାମୋରସ୍ ପତାକା ଥିବା ତ‌ୈଳ ଟ୍ୟାଙ୍କର୍ ‘ପ୍ରେଷ୍ଟିଜ୍ ଫାଲକନ୍’ର ସମସ୍ତ କର୍ମଚାରୀ ନିଖୋଜ ଅଛନ୍ତି। ସୋମବାର ଏହି ତୈଳ ଟ୍ୟାଙ୍କର୍ ଓଲଟି ପଡ଼ ବୁଡ଼ିଯାଇଥିଲା। ଏହି କ୍ରୁରେ ୧୩ ଜଣ ଭାରତୀୟ ଏବଂ ତିନି ଜଣ ଶ୍ରୀଲଙ୍କା ନାଗରିକ ଥିଲେ। ସେମାନଙ୍କ ସନ୍ଧାନ ଜାରି ରହିଛି। ମଙ୍ଗଳବାର ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର (ଏମଏସସି) ନିଖୋଜଙ୍କର କୌଣସି ଖୋଜ୍ ଖବର ମିଳି ନ ଥିବା କୁହାଯାଇଛି।

    ଓମାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ତୈଳ ଟ୍ୟାଙ୍କର୍ ସମ୍ବନ୍ଧରେ ଅଧିକ ସୂଚନା ପ୍ରଦାନ କରି ନାହିଁ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର କହିଛି ଯେ ଜାହାଜଟି ପାଣିରେ ଓଲଟି ପଡିଛି।ସିପିଂ ୱେବସାଇଟ୍ ମେରାଇନ୍ ଟ୍ରାଫିକ୍ ଡଟ୍ କମ୍ ଅନୁଯାୟୀ ଏହି ଜାହାଜ ଦୁବାଇର ହମରିଆ ବନ୍ଦରରୁ ୟେମେନ ବନ୍ଦର ସହର ଆଡେନ ଆଡକୁ ଯାଉଥିଲା। ଏହାର ଅବସ୍ଥାନ ଚାରି ଦିନ ପୂର୍ବରୁ ଚିହ୍ନଟ କରାଯାଇଥିଲା। ଏହି ଜାହାଜ ୨୦୦୭ ରେ ନିର୍ମିତ ହୋଇଥିଲା ଯାହାର ଲମ୍ବ ୧୧୭ ମିଟର ବୋଲି କୁହାଯାଉଛି।

    ସିବିଏସ୍ଇ ନ୍ୟୁଜ୍ ଏବଂ ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ପ୍ରେଷ୍ଟିଜ୍ ଫାଲକନ୍ ଓଲଟିବାର କାରଣ ଏମଏସସି ପ୍ରକାଶ କରି ନାହିଁ। ସୋମବାର ଦିନ ବନ୍ଦର ସହର ଦୁକମ ନିକଟ ରାସ ମଦରକାହର ଦକ୍ଷିଣ-ପୂର୍ବରେ ୨୫ ନ୍ୟୁଟିକାଲ ମାଇଲରେ ବୁଡ଼ି ଯାଇଛି ବୋଲି ଏମଏସସି ଟୁଇଟରରେ ଏକ ପୋଷ୍ଟରେ କହିଛି। ଘଟଣା ସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଓମାନ କର୍ତ୍ତୃପକ୍ଷ ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତି ବୋଲି ଓମାନର ରାଜ୍ୟ ସମ୍ବାଦ ଏଜେନ୍ସି ପ୍ରକାଶ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ