Tuesday, September 22, 2026
23.3 C
Odisha

    ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

    ଆଗକୁ ପଢନ୍ତୁ

    ସୋନପୁର/ତରଭା: ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବ୍ର‌ାହ୍ମଣୀ ଗାଁର ଯଦୁନାଥ ସୁନା (୭୦)। ସୂଚନା ଅନୁଯାୟୀ, ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦନ୍ତାଟି ଯଦୁନାଥଙ୍କ ଡାହାଣ ଗୋଡ଼କୁ ଦଳି ଦେଇଥିଲା। ବନକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
    ଖବର ପାଇ ଡିଏଫ୍‌ଓ ମଦନଲାଲ ଶର୍ମା, ସୋନପୁର ରେଞ୍ଜ ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର, କୁମ୍ଭାରମୁଣ୍ଡା ବନପାଳ ଦୀନେଶ ମାଝି, ସୋନପୁର ବନପାଳ ଭକ୍ତବନ୍ଧୁ ମିଶ୍ର ପ୍ରମୁଖ ବ୍ରାହ୍ମଣୀ ଗ୍ରାମରେ ପହଞ୍ଚି ଯଦୁନାଥଙ୍କ ପତ୍ନୀ ଉଷାଙ୍କୁ ୬୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ। ଆବଶ୍ୟକ କାଗଜପତ୍ର ଦେବା ପରେ ଅବଶିଷ୍ଟ ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ସେହିପରି ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସରପଞ୍ଚ କୁଶଳେଶ୍ବର ପାଣ୍ଡେ ଏବଂ ପିଇଓ ସୁନୀଲ ସାହୁ ପ୍ରଦାନ କରିଛନ୍ତି। ସେହିପରି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ୧୦ ହଜାର ଟଙ୍କା ତରଭା ବ୍ଲକ୍‌ ଅଧ୍ୟକ୍ଷ ସରୋଜ କମ୍ପ ଯଦୁନାଥଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    1.2kmh
    100 %
    Tue
    27 °
    Wed
    27 °
    Thu
    24 °
    Fri
    28 °
    Sat
    25 °

    ସମ୍ବନ୍ଧିତ