Sunday, October 4, 2026
30.6 C
Odisha

    ଶୀତରେ ପ୍ରାତଃ ଭ୍ରମଣର ବିକଳ୍ପ : ଏରୋବିକ୍‌ ବ୍ୟାୟାମ

    ଆଗକୁ ପଢନ୍ତୁ

    ସାଧାରଣତଃ ଶୀତୁଆ ସକାଳର ଥଣ୍ଡା ଓ କୁହୁଡ଼ିଆ ପରିବେଶରେ ‘ମର୍ଣ୍ଣି ଵାକ୍’ ବା ପ୍ରାତଃ ଭ୍ରମଣ କରିବା ଅନେକଙ୍କ ଲାଗି କଷ୍ଟକର ହୋଇଥାଏ। ତେବେ ଶୀତଦିନେ ନିଜକୁ ସକ୍ରିୟ ରଖିବା ସହ ସୁସ୍ଥ ଦିନଚର୍ଯ୍ୟା ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ। ଶୀତଦିନ ସକାଳେ ଘର ଭିତରେ କରିବା ଲାଗି ଅନେକ ବିକଳ୍ପ ବ୍ୟାୟାମ ରହିଛି। ଏଥିପାଇଁ ଜଣେ ଅନ୍‌ଲାଇନ୍‌ରେ ଉପଲବ୍‌ଧ ବିଭିନ୍ନ ଶାରୀରିକ ବ୍ୟାୟାମର ଭିଡିଓକୁ ଅନୁସରଣ କରି ତଦନୁସାରେ ଶରୀରରୁ ଝାଳ ନିଗାଡ଼ିପାରିବେ। ସେହିପରି ଘର ଭିତରେ ଯୋଗାସନ ବା ବ୍ୟାୟାମ କରି ଅନୁରୂପ ଫଳ ମିଳିପାରିବ। ସେହିପରି ନିୟମିତ ଅଭ୍ୟାସ କରିବା ଲାଗି ବିଭିନ୍ନ ପ୍ରକାର ଏରୋବିକ୍‌ ବ୍ୟାୟାମ ରହିଛି। ଜମ୍ପିଂ ଜ୍ୟାକ୍‌, ହାଇ ନି’ଜ ଓ ଦଉଡ଼ିଡିଆଁ ପରି ବ୍ୟାୟାମ ସର୍ବନିମ୍ନ ସ୍ଥାନ ଓ ଉପକରଣ ଆବଶ୍ୟକ କରେ। ସେଥିରେ ନିଜକୁ ନିୟୋଜିତ କରି ଆବଶ୍ୟକ ଉଷ୍ମତା ଅନୁଭବ କରିହେବ। ପ୍ରାତଃ ଭ୍ରମଣ ତୁଳନାରେ ହାତ, ଗୋଡ଼ ମୁଣ୍ଡ ଆଦିର ନମ୍ର ପ୍ରସାରଣ ଓ ସଂକୋଚନ ଏକ ଚମତ୍କାର ବିକଳ୍ପ ହୋଇପାରିବ। ମାଂସପେଶୀ ଓ ଗଣ୍ଠିଗୁଡ଼ିକୁ ଜାଗ୍ରତ କରିବା ସହ ରକ୍ତ ସଂଚାଳନରେ ଉନ୍ନତି ଓ କଠିନତା ହ୍ରାସ ପାଇଁ ଶରୀରର ନମନୀୟତା ଓ ଗତିଶୀଳତା ଉପରେ ଧ୍ୟାନ ଦେବା ଉଚିତ। ସର୍ବୋପରି ବ୍ୟାୟାମ କେବଳ ଶରୀରକୁ ସକ୍ରିୟ ରଖିନଥାଏ, ବରଂ ଏଥି ସହିତ ଏହା ଶରୀରରୁ ‘ଏଣ୍ଡୋର୍ଫିନ୍‌ସ’ ନାମକ ହର୍ମୋନ୍ କ୍ଷରଣ କରାଇ କଷ୍ଟ ଦୂର କରାଇବା ସହ ଜଣକୁ ଚାପମୁକ୍ତ ରଖିଥାଏ ଏବଂ ସୁସ୍ଥତାର ଭାବନାକୁ ଉନ୍ନତ କରିଥାଏ। ତେଣୁ ପ୍ରାତଃ ଭ୍ରମଣ କରିବାକୁ ବାହାରକୁ ନ ଗଲେ ବି ଘର ଭିତରେ ରହି ବ୍ୟାୟାମ କରିବା ଅତ୍ୟାବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ