Sunday, October 4, 2026
22.7 C
Odisha

    ଶିଆଳ କାମୁଡ଼ାରେ ୮ ଜଣ ଲୋକ ଆହତ

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗ୍ରାମରେ ପାଗଳ ଶିଆଳ କାମୁଡ଼ାରେ ୮ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରେ ୨ମହିଳା, ୩ ମହିଳା ଓ ଜଣେ ନାବାଳିକା ଥିବା ଜଣାପଡିଛି।ସୂଚନା ଅନୁସାରେ ତଳଦୁମୁକା ଗାଁର କମଳାକାନ୍ତ ନାୟକ (୪୮) ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ଏକ ଶିଆଳ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଗୋଡ଼ ହାତକୁ କାମୁଡି ଖଣ୍ଡିଆ ଖାବରା କରିବା ସହ ମାଂସ ପୁଳାଏ କାଢ଼ି ନେଇଥିଲା। ସେହିପରି ଉମାମଣି ବାରିକ, ଜୟନ୍ତୀ ମଲିକ, ବିଶ୍ୱନାଥ ମଲିକ, ସର୍ବେଶ୍ୱର ଖିଲାର ଓ ଝିନିରାଣୀ ମଲିକ ବିଲକୁ କାମ କରିବାକୁ ଯାଇଥିବାବେଳେ ଉକ୍ତ ପାଗଳ ଶିଆଳ ଆକ୍ରମଣରେ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ମେଡ଼ିକାଲରେ ଭେଟି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ