Thursday, December 19, 2024
16.9 C
Odisha

    ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତୃଣମୂଳସ୍ତରରୁ ପ୍ରସ୍ତୁତ ହେଉଛନ୍ତି ଯୁବପିିଢ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/କେନ୍ଦୁଝର: ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁ ଓ ସହରରେ ଅନେକ ଯୁବ କ୍ରୀଡ଼ା ପ୍ରତିଭା ଅଛନ୍ତି। ଯୁବପିଢ଼ିଙ୍କ ପ୍ରତିଭାକୁ ବିକଶିତ କରିବା ସହିତ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ଭଳି ୪ଟି ସହରରେ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ କରାଯାଇଛି । ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ଆର୍ଥିକ ସହାୟତା ଯୋଗାଇ ଦେଇଛି।

    ଶାରୀରିକ ଫିଟନେସ୍ ସହିତ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି କ୍ରୀଡ଼ା। ବିଶେଷକରି ଇନ୍ଡୋର ଗେମ୍ ଜରିଆରେ ନିଜର କ୍ରୀଡ଼ା ଭବିଷ୍ୟତ ଗଢ଼ିବା ଲାଗି ଯୁବପିଢ଼ିଙ୍କ ପାଇଁ ରହିଛି ଅନେକ ସୁଯୋଗ। ଏଥିପାଇଁ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ ପରିସରରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ କୋର୍ଟ ସ୍ଥାପନ କରାଯାଇଛି। ଷ୍ଟାଡିୟମ ଭିତରେ ଥିବା ବ୍ୟାଡମିଣ୍ଟନ୍ କୋର୍ଟରେ ବିଛାଯାଇଛି ଅତ୍ୟାଧୁନିକ ଟର୍ଫ। ତା’ସହ ଏଠାରେ ଆଧୁନିକ କ୍ରୀଡ଼ା ଉପକରଣ ମଧ୍ୟ ରହିଛି। ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ଏଠାରେ ଅଭ୍ୟାସ କରିପାରୁଛନ୍ତି ଯୁବପିଢ଼ି।
    ମୁଁ ଯେବେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଆମ ଅଞ୍ଚଳରେ କୌଣସି ଷ୍ଟାଡିୟମ ନଥିଲା । ଏବେ ଓମ୍ବାଡ୍ସି ସହାୟତାରେ ହୋଇଥିବା ଇନ୍ଡୋର ଷ୍ଟାଡିୟମରେ ବ୍ୟାଡ ମିଣ୍ଟନ କୋର୍ଟ ରହିଛି । ଏଠାରେ ମୁଁ ନିୟମିତ ଅଭ୍ୟାସ କରିବା ସହ ଅନ୍ୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛି । ଏହି ଭିତ୍ତିଭୂୂମି ହେବା ଫଳରେ ପିଲାମାନେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି,” କହିଛନ୍ତି ଯୋଡ଼ାର ଅନୁଲ ହାସନ ।

    ଯୋଡ଼ାର ଅନୁଲ ହାସନ ଜଣେ ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି। ବିଗତ ଦିନରେ ସେ ପୂର୍ବାଞ୍ଚଳ ଜୋନସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ଏବେ ସେ ଯୋଡ଼ାଠାରେ ସ୍ଥାପିତ ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଭାବେ କାମ କରୁଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ସେ ନିଜେ ଅଭ୍ୟାସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ବର୍ତ୍ତମାନ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁମୁଖୀ ଇନ୍ଡୋର ଷ୍ଟାଡିୟମଠାରେ ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳର ଖେଳାଳିଙ୍କ ସହିତ ବିଭିନ୍ନ ବର୍ଗର ଲୋକ ଏହି କେନ୍ଦ୍ରକୁ ଆସି ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି।

    “ନିଜକୁ ଫିଟ୍ ରଖିବା ପାଇଁ ମୁଁ ଜିମ୍ ଯିବାକୁ ଚାହୁଁଥିଲି। ହେଲେ ଏଥିପାଇଁ ଆମ ଅଞ୍ଚଳରେ ବିଶେଷ ସୁବିଧା ନଥିଲା। ଏବେ ଇନ୍ଡୋର ଷ୍ଟାଡିୟମ ପରିସରରେ ବ୍ୟାୟାମ କେନ୍ଦ୍ର କରାଯାଇଛି। ଏଠାରେ ଆଧୁନିକ ଉପକରଣ ମଧ୍ୟ ରହିଛି। ମୁଁ ନିୟମିତ ଏହି କେନ୍ଦ୍ରକୁ ଆସି ସୁବିଧାରେ ବ୍ୟାୟାମ କରିପାରୁଛି,” କହିଛନ୍ତି ଚମ୍ପୁଆର ଜଣେ ବାସିନ୍ଦା ସୁନିତା ମହାନ୍ତ। ଇନ୍ଡୋର ଷ୍ଟାଡିୟମ ସପ୍ତାହରେ ୬ ଦିନ – ସକାଳେ ଓ ସନ୍ଧ୍ୟା ସମୟରେ ଖୋଲାରହୁଛି। ଫଳରେ ସ୍ଥାନୀୟ ଯୁବପିଢ଼ି ଓ ଖେଳାଳିମାନେ ଏଠାକୁ ନିୟମିତ ଆସି ବିଭିନ୍ନ କ୍ରୀଡ଼ା ଅଭ୍ୟାସ କରିପାରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ଏଠାରେ ଚେଞ୍ଜିଂ ରୁମ୍ ସହିତ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
    ଓମ୍ବାଡ୍ସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବା ଫଳରେ ହାତପାଆନ୍ତାରେ ଉନ୍ନତ କ୍ରୀଡ଼ା ଅଭ୍ୟାସ କରିବାର ସୁଯୋଗ ପାଇପାରୁଛନ୍ତି ଗ୍ରାମାଞ୍ଚଳର ଯୁବପିଢ଼ି। ଆଗାମୀ ଦିନରେ ଏହି ଅତ୍ୟାଧୁନିକ ଭିତ୍ତିଭୂମି କେନ୍ଦୁଝର ଜିଲ୍ଲା ପାଇଁ ବିଶେଷ ପରିଚୟ ଆଣିବାକୁ ଯାଉଛି। କେବଳ କ୍ରୀଡ଼ା ନୁହେଁ, ଏହି ବହୁମୁଖୀ ଇନ୍ଡୋର ଷ୍ଟାଡ଼ିୟମକୁ ଆବଶ୍ୟକ ସ୍ଥଳେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.9 ° C
    16.9 °
    16.9 °
    80 %
    1.7kmh
    99 %
    Wed
    17 °
    Thu
    28 °
    Fri
    20 °
    Sat
    28 °
    Sun
    28 °

    ସମ୍ବନ୍ଧିତ