Friday, October 16, 2026
24.2 C
Odisha

    ପୁଲିସ ଇନଫର୍ମର ସଂଦେହରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନୂଆ ସରକାର ଆସିବା ପରେ ନକ୍ସଲ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ନକ୍ସଲ ଦମନ ନେଇ ଜୋରଦାର ଆକ୍ରମଣ ହେଉଛି। ଗତ ୫ ମାସ ମଧ୍ୟରେ ୧୩୦ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇସାରିଲାଣି। ଗତ ୧୫ ତାରିଖରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ୮ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ବହୁ ନକ୍ସଲ ଆହତ ହୋଇ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ପରେ ନକ୍ସଲ ଏବେ ଗ୍ରାମବାସୀଙ୍କୁ ଟାର୍ଗେଟ କରିଛନ୍ତି।
    ପୁଲିସ କିପରି ଆବୁଝମାଡରେ ନକ୍ସଲ କ୍ୟାମ୍ପ କରି ରହିଥିବା ଜାଣିଲା ବୋଲି ଗ୍ରାମ ଗ୍ରାମ ବୁଲି ପୁଲିସ ଇନଫର୍ମରମାନଙ୍କୁ ଟାର୍ଗେଟ କରୁଛି। ସେଥିମଧ୍ୟରୁ ଆବୁଝମାଡ ଅଂଚଳର ଆଦାତ ପଞ୍ଚାୟତର ସତଗର ଗାଁର ଗୋଟିଏ ପରିବାରର ୧୫ ଜଣଙ୍କୁ ପୁଲିସ ଇନଫର୍ମର ସଂଦେହରେ ଗାଁରୁ ବିତାଡିତ କରିଛନ୍ତି। ଏହା ପୂର୍ବରୁ ଏହି ପରିବାରର ଦୁଇ ପୁଅକୁ ମଧ୍ୟ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ନକ୍ସଲ ଦ୍ବାରା ବିତାଡିତ ହୋଇଥିବା ଏହି ପରିବାରୁକୁ ପ୍ରଥମେ ଜଂଗଲରେ ପ୍ରଜାକୋର୍ଟରେ ହାଜର କରାଇ ସେମାନଙ୍କୁ ନିର୍ଯାତନା ଦେବା ସହ ପୁଲିସ ଇନଫର୍ମର କହିଥିଲେ। ତେଣୁ ତୁମେ ଗାଁରୁ ତୁରନ୍ତ ଚାଲିଯିବାକୁ ନକ୍ସଲ ଧମକ ଦେଇଥିଲେ।

    ଏହି ପରିବାର ଏବେ ନାରାୟଣପୁର ପହଞ୍ଚି ଏକ ଅସ୍ଥାୟୀ ଗୃହରେ ଦିନ କାଟୁଛନ୍ତି। ନିଜର ଜମିବାଡି, ଗାଈଗୋରୁ, ଛେଳିମେଣ୍ଢା ଇତ୍ୟାଦି ଗାଁରେ ଛାଡି ଚାଲିଆସିଲେ। ଏବେ ପ୍ରଶାସନର ସହାୟତା ନହେଲେ ଏମାନେ ଭୋକ ଅପାସରେ ମରିବେ ବୋଲି କୁହାଯାଇଛି। ପୁଲିସ ଏବେ ଗ୍ରାମବାସୀଙ୍କୁ ଟାର୍ଗେଟ କରି ମାରିବେ ଏବଂ ଏଭଳି ଗାଁରୁ ବିତାଡିତ କରିବେ ବୋଲି ପୁଲିସ ଆଶଂକା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1kmh
    45 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ