Thursday, October 15, 2026
26.4 C
Odisha

    ବିଦାୟ ନେଲା ମୌସୁମୀ, ଓଡ଼ିଶାରେ ଧୀରେ ଧୀରେ ବଢ଼ିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ​ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ପ୍ରବେଶ । ଓଡ଼ିଶାରେ ଶୁଖିଲା ପାଗ ସହ ଆଗକୁ ଧୀରେ ଧୀରେ ଶୀତ ଆସିବ । ଭାରତୀୟ ପାଣିପାଗ ବିଭାଗ ବିଭାଗର ସୂଚନା ଅନୁଯାୟୀ, ଦେଶର ସମସ୍ତ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଦେଶରେ ଋତୁ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ​ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର ତାମିଲନାଡୁ, ପୁଡୁଚେରୀ, କେରଳ, ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ବର୍ଷା ଆରମ୍ଭ ହୋଇଯାଇଛି ।

    ଆଗାମୀ କିଛି ଦିନ ମଧ୍ୟରେ ତାମିଲନାଡୁ ଓ କେରଳର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ​ରାଜ୍ୟରୁ ମୌସୁମୀ ଅପସାରଣ ପରେ ଓଡ଼ିଶାରେ ଏବେ ପ୍ରବଳ ବର୍ଷାର କୌଣସି ସମ୍ଭାବନା ନାହିଁ । ​ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ । ସେପଟେ ​ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ରାତ୍ରିକାଳୀନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ​

    ବିଶେଷ କରି କୋରାପୁଟ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଆଭ୍ୟନ୍ତରୀଣ ତଥା ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ସକାଳ ଓ ରାତିରେ ହାଲୁକା ଶୀତ ଅନୁଭୂତ ହେବା ସହ କେତେକ ସ୍ଥାନରେ କୁହୁଡ଼ି ଦେଖାଦେବ । ​ଅନ୍ୟପଟେ ଉତ୍ତର ଭାରତରେ ଏକ ପଶ୍ଚିମା ଝଡ଼ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଉଚ୍ଚ ପାର୍ବତ୍ୟାଞ୍ଚଳରେ ତୁଷାରପାତ ହେବା ସହ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଏହାଫଳରେ ଉତ୍ତର ଭାରତରେ ତାପମାତ୍ରା ଦ୍ରୁତ ଗତିରେ ଖସିବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ